ଢ଼େଙ୍କିକୋଟ ତା ୩୦. ୭. ୨୩ : କେନ୍ଦୁଝରଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ନରଣପୁର ଅଞ୍ଚଳରେ ବର୍ତ୍ତମାନ ବଣୁଆ ହାତୀପଲ କଂ ଉପଦ୍ରଵ ବଢି ଚାଲିଛି l ଆଠ ଟି ହାତୀ ମଧ୍ୟରୁ ମାଈ ହାତୀ ତିନୋଟି, ଅଣ୍ଡିରା ହାତୀ ତିନୋଟି ଓ ହାତୀ ଛୁଆ ଦୁଇଟି ଦଳବଳ ହୋଇ ବୁଲୁଛନ୍ତି l ବର୍ତମାନ ବିଲବାଡି କାମ ଚାଲୁଥିବାରୁ ହାତୀ ଭୟରେ ଲୋକମାନେ କାମକୁ ଯାଉନାହାନ୍ତି l ସନ୍ଧ୍ୟାବେଳେ ଭୟରେ ଘରୁ ପଦାକୁ ବାହାରିବା ମୁସ୍କିଲ୍ ହୋଇଯାଇଛି l ହାତୀ ଗୁଡିକ ଡିମିରି ମୁଣ୍ଡା, ଢ଼େକିଂକୋଟ,ଧୁଡ଼ୁପା,ଖୋଳପା,
ମନୋହରପୁର,ଗୁହାଳ ଚାଟୁଆ,ଅଗଣାପଦା,ନରଣପୁର୍, ନେକଡ଼ାଘର, ଆଦି ଗ୍ରାମ ଗୁଡ଼ିକରେ ଉତ୍ପାତ ଆରମ୍ଭ କରିଦେଇଛନ୍ତି l ଆଖପାଖରେ ଚାରିଆଡେ ଜଂଗଲ ଥିବାରୁ ଦିନବେଳେ ହାତୀପଲ ଲୁଚି ରହିଛନ୍ତି l ନରଣପୁର ବନବିଭାଗ ର ଫରେଷ୍ଟର ଶ୍ରୀମନ୍ତ ବେହେରା ଓ କର୍ମକର୍ତ୍ତା ମାନେ ହାତୀପଲ କୁ ଘଉଡ଼େଇବାକୁ ଗ୍ରାମବାସୀ ମାନକଂ ସହଯୋଗ ଲୋଡ଼ିଛନ୍ତି l ସମସ୍ତେ ମିଳିମିଶି ହାତୀପଲ କୁ ଘଉଡ଼େଇବାକୁ ବାଜା. ବାଣ. ଲାଇଟ, ର ସହାୟତା ନେଇଛନ୍ତି l ତେବେ ବଣୁଆ ହାତୀ ହୋଇଥିବାରୁ ପାଖକୁ ଯିବାକୁ କାହାରି ସାହସ ହେଉନି l ହାତୀପଲ ଲୋକ ମାନଂକ ଆଖିରୁ ନିଦ ଓ ପେଟରୁ ଭୋକ ଛଡ଼ାଇ ନେଇଛନ୍ତି l