Odisha news

କେନ୍ଦୁଝର : ଗ୍ରାମ୍ୟ ଉନ୍ନୟନ, ଶକ୍ତି, ସୂଚନା ଓ ଲୋକ ସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଜି.ଏସ୍.ଟି. କମିଶନରଙ୍କ କ୍ଷେତ୍ର ପରିଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା

0

କେନ୍ଦୁଝର, ତା ୨୦.୦୪. ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ଶକ୍ତି, ସୂଚନା ଓ ଲୋକ ସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଜି.ଏସ୍.ଟି. କମିଶନର ସଞ୍ଜୟ କୁମାର ସିଂହ ଚଳିତ ଅପ୍ରେଲ୍ ୧୮ ତାରିଖରୁ ତିନିଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ଓ ପ୍ରକଳ୍ପର ଅଗ୍ରଗତି ତଦାରଖ କରିବା ସହ ସମୀକ୍ଷା କରିଛନ୍ତି । ଚଳିତ ଅପ୍ରେଲ୍ ୧୯ ତାରିଖ ଦିନ ଯୋଡା ଓ ବଡ଼ବିଲ ଅଂଚଳରେ କ୍ଷେତ୍ର ପରିଦର୍ଶନ ଓ ବିଭିନ୍ନ ବିଭାଗୀୟ କାର୍ଯ୍ୟକ୍ରମ ସମୀକ୍ଷା ପରେ ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ଏବଂ କ୍ଷେତ୍ର ପରିଦର୍ଶନ ଓ ବିଭିନ୍ନ ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା ସଂପର୍କରେ ଆଲୋକପାତ କରିଥିଲେ । ସମୀକ୍ଷା ବୈଠକ ପରେ କେନ୍ଦୁଝର ସଦର ଉପଖଣ୍ଡର ପାଟଣା ବ୍ଲକ୍ ଅନ୍ତର୍ଗତ ତୁରୁମୁଙ୍ଗା ଗସ୍ତ କରି ସେଠାରେ ଓ.ପି.ଟି.ସି.ଏଲ୍. ଆନୁକୂଲ୍ୟରେ ନିର୍ମାଣାଧିନ ଗ୍ରିଡ୍ ସବ୍ଷ୍ଟେସନର ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ । ଗ୍ରିଡ୍ ସବ୍ଷ୍ଟେସନ ନିର୍ମାଣରେ ଅହେତୁକ ବିଳମ୍ବ ପାଇଁ କ୍ଷୋଭ ପ୍ରକାଶ କରିବା ସହିତ ଚଳିତ ଆର୍ଥିକ ବର୍ଷ ମଧ୍ୟରେ ଗ୍ରିଡ୍ ସବ୍ଷ୍ଟେସନର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ କଡା ନିଦେ୍ର୍ଦଶ ଦେଇଥିଲେ । ନିର୍ମାଣ ଦାୟିତ୍ୱ ନେଇଥିବା ଠିକା ସଂସ୍ଥାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ ଏବଂ ଯଦି ଚଳିତ ବର୍ଷ ମଧ୍ୟରେ ଗ୍ରିଡ୍ ସବ୍ଷ୍ଟେସନର ନିର୍ମାଣ କାର୍ଯ୍ୟ ଏବଂ ସଂଯୋଗ କରୁଥିବା ୨୨୦ କେ.ଭି. ବିଦୁ୍ୟତ୍ ଲାଇନ୍ ଏବଂ ସେଥିରୁ ବାହାରୁଥିବା ୧୩୨ କେ.ଭି. ବିଦୁ୍ୟତ୍ ଲାଇନ୍ କାର୍ଯ୍ୟ ସଂପୂର୍ଣ୍ଣ ନହୁଏ, ତେବେ ଠିକା ସଂସ୍ଥାକୁ କଳା ତାଲିକାଭୁକ୍ତ କରାଯିବ ବୋଲି ଚେତାବନି ଦେଇଥିଲେ । ଏ ଦିଗରେ ଯତ୍ନବାନ ହୋଇ କାର୍ଯ୍ୟ ସମ୍ପନ୍ନ କରିବାକୁ ଠିକା ସଂସ୍ଥା ତରଫରୁ ପ୍ରତିଶୃତି ଦିଆଯାଇଥିଲା । ପ୍ରତିଦିନ ନିର୍ମାଣ କାର୍ଯ୍ୟର ଅଗ୍ରଗତି ବିବରଣୀ ଜଣାଇବାକୁ ଓପିଟିସିଏଲ୍ର କର୍ମକର୍ତାଙ୍କୁ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ନିଦେ୍ର୍ଦଶ ଦେଇଥିଲେ । ପ୍ରମୁଖ ଶାସନ ସଚିବଙ୍କ ଉକ୍ତ ତଦାରଖ ଓ ଅନୁଧ୍ୟାନ ସମୟରେ ଓପିଟିସିଏଲ୍ର ଏକ୍ଜିକୁ୍ୟଟିଭ୍ ଡିରେକ୍ଟର ଜୟରାମ ସାହୁ, ଜେନେରାଲ୍ ମ୍ୟାନେଜର ସୁବ୍ରତ କୁମାର ନାୟକ ଓ ଡେପୁଟି ଜେନେରାଲ୍ ମ୍ୟାନେଜର ସୁବାସ ସିଂହ ଓ ଶଶାଙ୍କ ଶେଖର ବେହେରାଙ୍କ ସମେତ ବିଭାଗୀୟ କର୍ମକର୍ତା ଉପସ୍ଥିତ ଥିଲେ ।
ଚଳିତ ଅପ୍ରେଲ୍ ୨୦ ତାରିଖ ଗୁରୁବାର ସକାଳେ ସର୍କିଟ୍ ହାଉସ୍ଠାରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ଜିଲ୍ଲାପାଳ ଆଶିଷ ଠାକରେଙ୍କ ଉପସ୍ଥିତିରେ ବିଭିନ୍ନ ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ପରେପରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ଚମ୍ପୁଆ ବ୍ଲକ୍ ଅନ୍ତର୍ଗତ ଉଚ୍ଚବାଲି ଗ୍ରାମ ଗସ୍ତ କରି ସେଠାରେ ବିଜୁ ସେତୁ ଯୋଜନାରେ ବୈତରଣୀ ନଦୀ ଉପରେ ୨୦୬୦.୨୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣାଧିନ ପୋଲର (ଉଚ୍ଚବାଲିରୁ ଉତରପଶି ରୋଡ୍ ଭାୟା ପଦ୍ମପୁର) ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ । ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଥିବାରୁ ଆଗାମୀ ମଇ ମାସ ସୁଦ୍ଧା ପୋଲର ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗର କର୍ମକର୍ତା ଓ ଠିକା ସଂସ୍ଥାକୁ ନିଦେ୍ର୍ଦଶ ଦେଇଥିଲେ । ଏହି ସେତୁ ନିର୍ମାଣ ଫଳରେ କେନ୍ଦୁଝର ଜିଲ୍ଲାର ଦଶଗୋଟି ଗ୍ରାମ ପଂଚାୟତ ଏବଂ ମୟୁରଭଞ୍ଜ ଜିଲ୍ଲାର ସାତଟି ଗ୍ରାମ ପଂଚାୟତ ଅଂଚଳର ଜନସାଧାରଣ ଗମନାଗମନ ଓ ପରିବହନ କ୍ଷେତ୍ରରେ ବହୁମାତ୍ରାରେ ଉପକୃତ ହୋଇପାରିବେ । ପ୍ରତ୍ୟେକ ପ୍ରକଳ୍ପ ସ୍ଥଳରେ ବଡ ଆକାରର ସୂଚନାଫଳକ ଲଗାଇବାକୁ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ନିଦେ୍ର୍ଦଶ ଦେଇଥିଲେ । ଡି.ଏମ୍.ଏଫ୍. ଓ ଓମ୍ବାଡିସି ଅନୁଦାନରେ ହାତକୁ ନିଆଯାଇଥିବା ପ୍ରକଳ୍ପଗୁଡିକର ପାଂଚ ବର୍ଷ ପର୍ଯ୍ୟନ୍ତ ମରାମତି ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ଅଟକଳରେ ଅନ୍ତର୍ଭୁକ୍ତ କରିବା ଉପରେ ଗୁରୁତ୍ୱାରୋପ କରି ଏ ଦିଗରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଅନ୍ତର୍ଗତ ଗାଇଡ୍ଲାଇନ୍ସ୍ ଅନୁଯାୟୀ ଜିଲ୍ଲାପାଳଙ୍କ ନିକଟକୁ ପ୍ରସ୍ତାବ ପଠାଇବା ପାଇଁ ବିଭାଗୀୟ କତୃପକ୍ଷଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଡି.ଏମ୍.ଏଫ୍. ଓ ଓମ୍ବାଡିସି ଅନୁଦାନରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଦୃଷ୍ଟିରୁ ବିଭାଗର କାର୍ଯ୍ୟଭାର ବଢୁଥିବାରୁ ଡ୍ରାଫ୍ଟସ୍ମ୍ୟାନ ନିଯୁକ୍ତି ପ୍ରସ୍ତାବ ଜିଲ୍ଲାପାଳଙ୍କ ନିକଟକୁ ପଠାଇବାକୁ ନିଦେ୍ର୍ଦଶ ଦେଇଥିଲେ । ଜିଲ୍ଲାପାଳ ଆଶିଷ ଠାକରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଜରିଆରେ ଡି.ଏମ୍.ଏଫ୍. ଓ ଓମ୍ବାଡିସି ଅନୁଦାନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ସଂପର୍କରେ ପ୍ରମୁଖ ଶାସନ ସଚିବଙ୍କୁ ଅବଗତ କରାଇଥିଲେ । ପ୍ରମୁଖ ଶାସନ ସଚିବଙ୍କ ଉକ୍ତ ତଦାରଖ ଓ ସମୀକ୍ଷା ସମୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଚିଫ୍ କନ୍ଷ୍ଟ୍ରକସନ୍ ଇଂଜିନିୟର ଏନ୍.ଭି. ହରିହର, ଇଂଜିନିୟର ଇନ୍ ଚିଫ୍ ଇଂ ପ୍ରଦୀପ ଚନ୍ଦ୍ର ସାମଲ, ଚିଫ୍ ଇଂଜିନିୟର ବ୍ରିଜ୍ ରମେଶ ଚନ୍ଦ୍ର ବେହେରା, ଅଧିକ୍ଷଣ ଯନ୍ତ୍ରୀ(୧) ସରୋଜ କୁମାର ପାଢୀ, ଅଧିକ୍ଷଣ ଯନ୍ତ୍ରୀ (୨) ବିନୋଦ ବିହାରୀ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

 

Leave A Reply