Odisha news

ଜଗନ୍ନାଥ ସେବକଙ୍କ ପାର୍ଥିବ ଶରୀର ବେତନଟୀ ସ୍ଥିତ ଜନ୍ମ ମାଟିରେ ପହଞ୍ଚିଲା

0

ବେତନଟୀ : ସମଗ୍ର ବେତନଟୀ ଅଞ୍ଚଳରେ ବଡ଼ ଠାକୁର ଜଗନ୍ନାଥଙ୍କ ପରମଭକ୍ତ ତଥା ସେବକ ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏବଂ ବେତନଟୀ ଉଠାଣୀ ସ୍ଥିତ ଜଗନ୍ନାଥ ମନ୍ଦିରର ମୁଖ୍ୟ ପୁରୋଧା ଜୟନ୍ତ କୁମାର ପଟ୍ଟନାୟକଙ୍କର ମଙ୍ଗଳବାର ଦୁର୍ଘଟଣାରେ ପରଲୋକ ହୋଇଯାଇଛି । ସୂଚନା ଅନୁଯାଇ ସୋମବାର ନିଜର ପୁଅ ନିକଟକୁ ବାଙ୍ଗାଲୁରୁ ଯାଉଥିବା ସମୟରେ ବାଙ୍ଗାଲୋର ପହଞ୍ଚିବାକୁ ପ୍ରାୟ ୨ ଶହ କିମି ଥିବାବେଳେ  ଏକ ଷ୍ଟେସନରେ ପାଣିନେବା ନିମନ୍ତେ ତଳକୁ ଓହ୍ଲାଇଥିଲେ । ଏହି ସମୟରେ ରେଳଗାଡି ଛାଡିଦେବାରୁ ସେ ତରତର ହୋଇ ଟ୍ରେନକୁ ଉଠି ଯାଉଥିବା ସମୟରେ ତାଙ୍କର ଗୋଡ ଖସିଯିବାରୁ ତଳେ ପଡିଯାଇଥିଲେ ଏବଂ ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା l  ତାଙ୍କର ମୃତ୍ୟୁ ଖବର ମିଳିବାପରେ ବେତନଟୀ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଜଗନ୍ନାଥ ମନ୍ଦିର କମିଟିର ସଦସ୍ୟ, ବେତନଟୀର ସମସ୍ତ ପ୍ରଶାସନିକ ଅଧିକାରୀ ସମେତ ସ୍ଥାନୀୟ ଲୋକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ତାଙ୍କର ମୃତ୍ୟୁରେ ଯେଉଁ ଅପୂରଣୀୟ କ୍ଷତି ଘଟିଲା ତାହା କିଏ ପୂରଣ କରିବ ତଥା ମନ୍ଦିର ନିର୍ମାଣ କାର୍ଯ୍ୟ କେମିତି ସମ୍ପୂର୍ଣ୍ଣ ହେବ ତାହା ଏବେ ଚିନ୍ତାଜନକ । ଆଜି ଅପରାହ୍ନ ସମୟରେ ତାଙ୍କର ପାର୍ଥିବ ଶରୀର ବେଙ୍ଗଲୋର ରୁ ବେତନଟୀ ସ୍ଥିତ ନିଜର ଘର ନିକଟରେ ପହଞ୍ଚିଥିଲା। ବିଭିନ୍ନ ସଂଗଠନର ସଦସ୍ୟ ବୃନ୍ଦ ତାଙ୍କର ପାର୍ଥୀଵ ଶରୀର ନିକଟରେ ପହଞ୍ଚି ପୁଷ୍ପମାଲ୍ୟ ଦେବା ସହିତ ଶେଷ ଦର୍ଶନ କରିଥିଲେ। ଆସନ୍ତାକାଲି ତାଙ୍କର ପାର୍ଥିବ ଶରୀରକୁ ବଜାର ପରିକ୍ରମା କରି ଶୁଖିଲାହାର ସ୍ଥିତ ମଶାଣିରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ଜଣାଯାଇଛି।  ସେ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ମ୍ୟାନେଜର ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିବା ସହ ସମାଜସେବା ଏବଂ ଭଗବତ ସେବାରେ ନିଜକୁ ସମ୍ପୂର୍ଣ୍ଣ ନିୟୋଜିତ କରିଥିଲେ।

Leave A Reply