Odisha news

କୋର୍ଟକୁ ଆସୁଥିବା ୟୁଟିପିଙ୍କ ପାଇଁ ସ୍ୱତନ୍ତ୍ର ହାଜତ ଉଦଘାଟିତ

0

ଵ୍ରହ୍ମପୁର  ୨୦/୪- ଗଞ୍ଜାମ ଜିଲା ଦୌରା ଜଜଙ୍କ କୋର୍ଟ ପରିସରରେ ବୁଧବାର ଜେଲରୁ କୋର୍ଟକୁ ଅଣାଯାଉଥିବା ୟୁଟିପିଙ୍କ  ପାଇଁ ଏକ ସ୍ୱତନ୍ତ୍ର  ହାଜତ ଖୋଲିଲା। ଏହାକୁ ଜିଲା ଜଜ ଆନନ୍ଦ ଚନ୍ଦ୍ର ବେହେରା ଉଦଘାଟନ କରିଛନ୍ତି। ଏଥିରେ ଉଭୟ ମହିଳା ଓ ପୁରୁଷ ବନ୍ଦୀ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ପୁରୁଷ ହାଜତରେ ପ୍ରାୟ ୩୦ ଜଣ ବନ୍ଦୀଙ୍କ ରହିବା ପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ରହିଥିବା ବେଳେ ମହିଳା ହାଜତରେ ୬/୭ ବନ୍ଦୀଙ୍କ ପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ରହିଛି। ପୂର୍ବରୁ ଵ୍ରହ୍ମପୁର ମଣ୍ଡଳକାରାଗାରରେ ଥିବା ବିଚାରଧୀନ ବନ୍ଦୀ(ୟୁଟିପି)ମାନେ ପ୍ରତିଦିନ ସକାଳେ  ବିଭିନ୍ନ ମାମଲାର ବିଚାରଣା ପାଇଁ ପୋଲିସ ଭ୍ୟାନରେ କୋର୍ଟରୁ ଆସିଥାନ୍ତି। ବିଚାରଣା ସରିବା ଯାଏଁ ଦିନ ତମାମ ସେମାନଙ୍କୁ ଖରା, ବର୍ଷାରେ କୋର୍ଟ ଭ୍ୟାନ ଭିତରେ ରହିବାକୁ ପଡୁଥିଲା। ଯାହାଫଳରେ ସେମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ। ସେହିପରି ପିଇବା ପାଇଁ ସୁଦ୍ଧ ପାନୀୟ ବ୍ୟବସ୍ଥା ନଥିଲା। ବର୍ତ୍ତମାନ ଏହି ହାଜତ କାର୍ଯ୍ୟକ୍ଷମ ହେବା ପରେ ବନ୍ଦୀଙ୍କ ସେମିତି କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ। ସେଠାରେ ଶୌଚାଳୟ ଓ ପିଇବା ପାଇଁ ବିଶୁଦ୍ଧ ଜଳ ର ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ଜେଲରୁ ଆଣିଥିବା ପୋଲିସ ସେଠାରେ ସେମାନଙ୍କୁ ଜଗି ରହିବେ ।  ଏହି କାର୍ଯ୍ୟକ୍ରମ ଉଦଘାଟନ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସିଭିଲ ରେଜିଷ୍ଟ୍ରର ସୁଶାନ୍ତ କୁମାର ମିଶ୍ର , ସମସ୍ତ ବିଚାର ବିଭାଗୀୟ ଅଧିକାରୀ ଓ ଗଞ୍ଜାମ ଓକିଲ ସଂଘର ସଭାପତି ମିନତୀ ରଥ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply