Odisha news

ଦେଶରେ ଗଣତାନ୍ତ୍ରିକୁ ହତ୍ୟାକରି ବିଜେପି ଏକ ଛତ୍ରବାଦ ଶାସନ ଚଳାଇଛି : ଜୟଦେବ

0

କେନ୍ଦୁଝର : ଦେଶରେ ଏବେ ଗଣତନ୍ତ୍ର ବିପନ୍ନ ହୋଇପଡ଼ିବା ସହିତ ଅସୁରକ୍ଷିତ ହୋଇ ପଡିଥିବା ସ୍ପଷ୍ଟ ପରିଲକ୍ଷିତ ହେଉଛି। ଭାରତ ସରକାର ଏକ ଛତ୍ରବାଦ ଶାସନ ଚଳାଇ ଥିବାରୁ ଏହା ବିରୁଦ୍ଧରେ ଜୟଭାରତ ସତ୍ୟାଗ୍ରହ କାର୍ଯ୍ୟକ୍ରମ ଆନନ୍ଦପୁର ଠାରେ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି, ପୂର୍ବତନ ପିସିସି ସଭାପତି ତଥା ଅଖିଳ ଭାରତ କଂଗ୍ରେସ ସମ୍ପାଦକ ଜୟଦେବ ଜେନାଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଉକ୍ତ ସମୀଳନୀରେ ଶ୍ରୀ ଜେନା କହିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ ଦୀର୍ଘ ୪ହଜାର କିଲୋମିଟର ଭାରତ ଯୋଡପଦଯାତ୍ରା କରି ସଫଳ ହୋଇଥିଲେ। ଏହାକୁ ଭାରତରେ ଏକ ଐତିହାସିକ ପଦଯାତ୍ରା ବୋଲି କୋଟି କୋଟି ଲୋକ ସମର୍ଥନ ଦେଇଥିଲେ। ଏଥିରେ ବିଜେପି ଛାନିଆ ହେବା ସହିତ ତାଙ୍କର ନିଦ ହଜିଯାଇଥିଲା । ସୂଚନାଯୋଗ୍ୟ ରାହୁଲ ଗାନ୍ଧୀ ସଂସଦରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଆଗତ କରିଥିଲେ ଆଦାନୀଙ୍କ ସହିତ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ସମ୍ପର୍କ କୁ ନେଇ ପ୍ରଶ୍ନ କରିବାପରେ ବିଜେପି ଦଳର ବିପି ବଢିଯାଇ ଥିଲା।

ଏହାର ବଦଲା ନେବାପାଇଁ ବିଜେପି ପକ୍ଷରୁ ତାଙ୍କ ବିରୁଦ୍ଧରେ ଏକ ଅଗଣତାନ୍ତ୍ରିକ ପଦକ୍ଷେପ ଗ୍ରହଣ କରାଯାଇଛି। ବିଜେପି ବିରୁଦ୍ଧରେ କେନ୍ଦ୍ରରେ ୧୯ ଦଳ ଏକଯୁଟ ହୋଇଛନ୍ତି।ଏହା ବ୍ୟତୀତ ୨୦୧୪ ରୁ ଅଦ୍ୟାବଧି ଖୋଦ୍ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ସଂସଦରେ ଓ ବାହାରେ ଅସହଣିୟ ହୋଇ ଗାନ୍ଧୀ ପରିବାର ପ୍ରତି ଅପସଦ୍ଦ ପ୍ରୟୋଗ କରିଛନ୍ତି । ଏଣୁ ଏମାନଙ୍କ ବିରୁଦ୍ଧରେ କୈ।ତହିଁ କାର୍ଯ୍ୟ। ଅନୁଷ୍ଠାନ ଗ୍ରହଣ କରାଯାଇନାହିଁ କାହିଁକି ବୋଲି ଶ୍ରୀ ଜେନା ପ୍ରଶ୍ନ କରିଛନ୍ତି। ଏସ୍ ଡ଼ିଆଇ ସମେତ ବିଭିନ୍ନ ଜାତୀୟ କରଣ ବ୍ୟାଙ୍କ,ଏଲ୍ ଆଇସିର ୧ଲକ୍ଷ୧୩ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କା କେବଳ ଆଦାନୀ ସମୂହ କମ୍ପାନୀରେ ବିନିଯୋଗ କରାଯାଇଛି। ସେହିପରି ଲଳିତ ମୋଦି ମାରୱ।ଡି ସମ୍ପ୍ରଦାୟର ହୋଇଥିବା ବେଳେ ପୂର୍ବତନ ସାଂସଦ ପୂରୁମୋଦୀ ଜଣେ ପାର୍ଶୀ ଏବଂ ସ ଏଦ ମୋଦୀ ଜଣେ ମୁସଲମାନ, ତାହେଲେ ମୋଦୀ ସାଙ୍ଗିଆ ଧାରୀକିଭଳି ଓବିସି ହେଲେ ବୋଲି ଶ୍ରୀ ଜେନା ପ୍ରଶ୍ନ କରିଛନ୍ତି। କେନ୍ଦ୍ର ରେ ବିଜେପି ଓ ରାଜ୍ୟରେ ସରକାରଙ୍କ ବିରୁଦ୍ଧରେ ଯୋରଦାର ଆନ୍ଦୋଳନ କରାଯିବ। ନିର୍ବାଚନ ମଣ୍ଡଳୀରୁ ଆରମ୍ଭ କରି ପ୍ରତି ପଞ୍ଚାୟତ ପର୍ଯ୍ୟନ୍ତ ଜୟଭାରତ ସତ୍ୟାଗ୍ରହ କାର୍ଯ୍ୟ କରାଯିବ ବୋଲି ସେ କହିଥିଲେ। ଏହି ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ନିକୁଞ୍ଜ ବିହାରୀ ସମେତ ଶ୍ରୀଧରଦଳେଇ, ହାଡିବନ୍ଧୁ ଖୁଣ୍ଟିଆ, ଅକ୍ଷୟ ମହାନ୍ତି, ଯୁବନେତା ବିଷ୍ଣୁ ସାହୁ, ସୁରେଶ କୁମାର ଜେନା, ଗୋପିନାଥ ଘଡେ଼ଇ, ନଣ୍ଡା ଜେନା,ବିଯୁଜେନା, ଗୋବିନ୍ଦ ମାଝୀ, ଏବଂ ବ୍ଲକ କଂଗ୍ରେସ ସଭାପତି ମୂରଲୀଧର ବେହେରା ଓ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

Leave A Reply