Odisha news

ଘଟଗାଁ କନିଷ୍ଠ ଯନ୍ତ୍ରୀଙ୍କୁ ମାଡ଼ ଓ ମିଥ୍ୟା ଜାତିଆଣ ଅଭିଯୋଗ କ୍ଷେତ୍ରରେ ନ୍ୟାୟ ଦାବିକରି ଧାରଣାରେ ବସିଲେ ଘଟଗାଁ ଯନ୍ତ୍ରୀ ସଂଘ। 

0
କେନ୍ଦୁଝର ସ୍ବ-ପ୍ର  ଘଟଗାଁ ବ୍ଲକର ଯନ୍ତ୍ରୀ ସଂଘ ପକ୍ଷରୁ ଘଟଗାଁ ବ୍ଲକ କାର୍ଯ୍ୟ।ଳୟରେ  ନ୍ୟାୟ ଦାବିକରି ୧୧/୧/୨୨୩ ଠାରୁ ଧାରଣାରେ ବସିଥିବା ଦେଖାଯାଇଛି ସେମାନଙ୍କ ଲିଖିତ ଅଭିଯୋଗ ଅନୁଯାୟୀ ଦର୍ଶାଯାଇଛି ଯେ ଆପଣଙ୍କ ଗୋଚରାର୍ଥେ ଏହା ଜଣାଉଛୁ କି ଗତ ୬/୧/୨୦୨୩ ତାରିଖ ଅପରାହ୍ନରେ ଘଟଗାଁ ବ୍ଲକ କାର୍ଯ୍ୟାଳୟରେ ମୁକୁନ୍ଦପୁର ପାଟଣା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତି ଅନ୍ନପୂର୍ଣ୍ଣା ଦେହୁରୀ ଓ ତାଙ୍କ ପରାମର୍ଶଦାତା ତଥା ଜିଆର ଏହାଙ୍କ ସ୍ଵାମୀ ସଞ୍ଜୟ ମିଶ୍ରଙ୍କ ନେତୃତ୍ବରେ କିଛି ଗୁଣ୍ଡା ଶ୍ରେଣୀୟ ଅସାମାଜିକ ବ୍ୟକ୍ତି ଯଥା ଲକ୍ଷ୍ମୀକାନ୍ତ ତ୍ରିପାଠୀ, ପଙ୍କଜ କୁମାର ବେଦ, କରୁଣାକର ବେଦ, କୁଳମଣି ନାଏକ,ସତ୍ୟସୁନ୍ଦର ସାଆଦିଙ୍କ ସହ ବଳପୂର୍ବକ ପ୍ରବେଶ କରି କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ପ୍ରତାପ ବିହାରୀଙ୍କୁ ଆଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବାସହ କଲର ଧରି ମାଡ ମାରିଥିଲେ ଓ ଅର୍ଥ ଦାବି କରିବାସହ ଭବିଷ୍ୟତରେ ମାରଣାସ୍ତ୍ର ଦ୍ୟାରା ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଏନେଇ ଆମେ ଆପଣଙ୍କୁ ଅବଗତ କରାଇବା ସହ ଆମ୍ଭେ ଘଟଗାଁ ଥାନାରେ ମଧ୍ୟ ଏତଲା ଦାଖଲ କରିଥିଲୁ ଅନ୍ୟପକ୍ଷରେ ନିଜକୁ ବଞ୍ଚେଇବା ନ୍ୟାୟ ରେ ମୁକୁନ୍ଦପୁର ପାଟଣା ସରପଞ୍ଚ ଶ୍ରୀମତୀ ଦେହୁରୀ ଏବଂ କୁଳମଣି ନାଏକ ଯେଉଁ ମନ୍ତ୍ରୀମାନେ ଗଣ୍ଡୋଗୋଳର ପ୍ରତିବାଦ କରି ବୁଝାମଣାର ପ୍ରୟାସ କରିଥିଲେ। ସେହି ଦୁଇ କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ପଣ୍ଡା ଓ ଭୋଳାନାଥ ମହାନ୍ତିଙ୍କ ନାମରେ ମିଥ୍ୟା ଓ କପୋଳକଳ୍ପିତ ଜାତିଆଣ ଅଭିଯୋଗ ଥାନାରେ ଦାଖଲ କରିଥିଲେ। ଅନ୍ୟପକ୍ଷରେ କନିଷ୍ଠ ଯନ୍ତ୍ରୀ ଙ୍କୁ ମାଡପ୍ରତିବାଦରେ ଥାନାରେ ଅଭିଯୋଗ ପରେ ମଧ୍ୟ କୈ।ତହିଁ କାର୍ଯ୍ୟ ଅନୁଷ୍ଠାନ ନହେବାରୁ ଆମ୍ଭେ ମାନନୀୟ ଜିଲ୍ଲା ପାଳ, ଆରକ୍ଷୀ ଅଧିକ୍ଷକ ଓ ମୂଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ କେନ୍ଦୁଝରଙ୍କୁ ପତ୍ର ମାଧ୍ୟମରେ ଆମ୍ଭ କ୍ଷୋଭ ଓ ପ୍ରାର୍ଥନା ଜଣାଇଥିଲୁ । କିନ୍ତୁ ଏଯାବତ୍ କୈ।ତହିଁ ପଦକ୍ଷେପ ନିଆନଯିବା ଓ ଅପରାଧି ମୁକ୍ତ ବିଚରଣ କରିବା ସହ ଫୋନରେ ଧମକ ଦେବା ଆମ୍ଭ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି।ସରକାରୀ କାର୍ଯ୍ୟାସପାଦନ କ୍ଷେତ୍ରରେ ଆମ୍ଭେ ଜିବନକୁ ବାଜି ଲଗାଇ କାର୍ଯ୍ୟ ସମ୍ପନ୍ନ କରୁଥିବା ବେଳେ ଆମ୍ଭ ଜୀବନ ଓ ପରିବାର ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବା ଅତ୍ବନ୍ତ ଦୁଃଖଦାୟକ ଘଟଣା ଅଟେ। ଏହି ସକାଶେ ଆମ୍ଭେ ମାନସିକ ଅଶାନ୍ତି ଓ ପିଡା ଭିତରେ ଗତି କରୁଅଛୁ। ଏଣୁ ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରିବା, କନିଷ୍ଠ ଯନ୍ତ୍ରୀଙ୍କ ନାମରେ ରୁଜୁ ସୋଇଥିବା ମିଥ୍ୟା ଜାତିଆଣ ମାମଲା ଖାରଜ କରିବା ଓ ବ୍ଲକ ଭିତରକୁ ଦୁବୃର୍ତ୍ତ ଙ୍କ ପ୍ରବେଶ ନିଷେଧ କରିବା ଦାବିରେ ନ୍ୟାୟ ମିଳିବା ଯାଏ ଶୃଙ୍ଖଳିତ ଓ ଶାନ୍ତି ପୂନ୍ନଧାରଣାରେ ବସୁଅଛୁ ଏହା ଆପଣଙ୍କ ସଦ୍ୟ ସୁଚନା ଓ କାର୍ଯ୍ୟ ଅନୁଷ୍ଠାନ ନିମନ୍ତେ ପ୍ରଦାନ କରାଗଲା ବୋଲି ଘଟଗାଁ ବ୍ଲକ ଯନ୍ତ୍ରୀ ସଂଘ ଘଟଗାଁ ବିଡ଼ିଓଙ୍କୁ ପ୍ରଦାନ କରିଥିବା ଅଭିଯୋଗ ପତ୍ରରୁ ଜଣାଯାଇଛି।
Nalco
Leave A Reply