ନିରାକାରପୁର, ୧୧/୧: ଓଡ଼ିଶାରେ ଦ୍ୱିତୀୟ ଥର ପାଇଁ ପୁରୁଷ ବିଶ୍ଵ କପ୍ ହକି ଅନୁଷ୍ଠିତ ହେଉଥିବାବେଳେ ଏହା ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଏଥିପାଇଁ ଆଜି କଟକ ବାରବାଟି ଷ୍ଟାଡିୟମରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଏକ ଭବ୍ୟ ପରିବେଶରେ ଉଦଘାଟନ କରାଯାଇଛି। ଏହି କାର୍ଯ୍ୟକ୍ରମ ଜରିଆରେ ହକି କୁ ଆହୁରି ଲୋକାଭିମୁଖୀ କରି ପ୍ରଚାର ଓ ପ୍ରସାର ପାଇଁ ପ୍ରତି ପଞ୍ଚାୟତରେ ଏକ ସଭା କରାଯାଇ ଟିଭି ମାଧ୍ୟମରେ କଟକ ଉଦଘାଟନ କାର୍ଯ୍ୟକ୍ରମକୁ ପ୍ରଦର୍ଶିତ ହୋଇଥିଲା।ଏହି ଅବସରରେ ପଞ୍ଚାୟତ ମାନଙ୍କରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା। ଆଜି ଟାଙ୍ଗୀ ବ୍ଲକ ର କମ।ଗୁରୁ, ଡିଆ, ଲେଣ୍ଡୁ, ରାମେଶ୍ବର, ବଡପୋଖରିଆ, ସାନରାଉତପଡା ସହିତ ଆହୁରି ଅନ୍ୟ ପଞ୍ଚାୟତ ଗୁଡ଼ିକରେ ହକି ଖେଳକୁ ଲୋକଙ୍କ ନିକଟତର କରିବା ପାଇଁ ଏହିଭଳି କାର୍ଯ୍ୟକ୍ରମ ଖୋର୍ଦ୍ଧା ବ୍ଲକର ଜଂକିଆ, ଗୋଡ଼ିପଡା ସମେତ ଅନେକ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି।
