Odisha news

ବାବା ଧବଳେଶ୍ୱରଙ୍କୁ ଦର୍ଶନ କଲେ ଶତାଧିକ ଶ୍ରଦ୍ଧାଳୁ

0

ଆଠଗଡ ତା ୧୧/୧/୨୩ ବାବା ଧବଳେଶ୍ୱର  ଙ୍କୁ ଦୀର୍ଘ ୭୦ ଦିନ ପରେ ଆଜି ଚର୍ମ ଚକ୍ଷୁ ରେ ଦର୍ଶନ କରିଛନ୍ତି ଭକ୍ତ ଏବଂ ଶ୍ରଦ୍ଧାଳୁମାନେ। ଗୁଜରାଟ ମୋରବୀ ଘଟଣା ପରେ  ଏଠାରେ ୧୪୪ ଧାରା ଜାରି କରାଯାଇଥିଲା। ଯାହା ଫଳରେ ବିନା ଭକ୍ତ ରେ ପୂଜା ପାଉଥିଲେ ବାବା ଧବଳେଶ୍ଵର। ବାବା ଙ୍କ ଦର୍ଶନ ନିମନ୍ତେ ପ୍ରଶାସନ ପକ୍ଷରୁ ୨୯ ଲକ୍ଷ ଟଙ୍କା ବ୍ୟୟରେ ଏକ ଅସ୍ଥାୟୀ ବାଲି ବନ୍ଧ ନିର୍ମିତ ବିକଳ୍ପ ରାସ୍ତାକୁ ଆଜି ପୂର୍ବାହ୍ନରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଉଦଘାଟନ କରିଛନ୍ତି। ତାଙ୍କ ସହିତ ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁ, ତିନି ନମ୍ବର ଜୋନ ଜିଲ୍ଲାପରିଷଦ ବଳଭଦ୍ର ବାଘ ଓ ସ୍ଥାନୀୟ ସରପଞ୍ଚ ପ୍ରିୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।ଦୁଇମାସ ଦଶ ଦିନ ପରେ ଆଜି ବିକଳ୍ପ ରାସ୍ତା ଖୋଲୁ ଥିବାରୁ ରାଜ୍ୟରୁ ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ ଶ୍ରଦ୍ଧାଳୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିଥିଲେ । ବିକଳ୍ପ ବାଲିବନ୍ଧରେ ପ୍ରାୟ ଦୁଇ କିଲୋମିଟର ବାଟ ଚାଲିବାକୁ ପଡ଼ୁ ଥିବାରୁ ବରିଷ୍ଠ ନାଗରିକ ତଥା ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପାଇଁ ସାଧାରଣ ଜନତାଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଏହି ବାଲି ବନ୍ଧ ରେ ଯିବା ସମୟରେ ଦୁଇ ପଟର ନୀଳ ଜଳ ରାଶିର ସୌନ୍ଦର୍ଯ୍ୟ  କୁ ଆନନ୍ଦ ର ସହ ଉପଭୋଗ କରୁଥିଲେ। ଧବଳେଶ୍ୱର ପୀଠ ଖୋଲିବା ପରେ ପୂଜକ ସମାଜ ତଥା ସ୍ଥାନୀୟ ଅଞ୍ଚଳରେ ଆନନ୍ଦର ଲହରୀ ଖେଳି ଯାଇଛି।

Nalco
Leave A Reply