Odisha news

ପୁରମୁଣ୍ଡା ପଞ୍ଚାୟତରେ ମିସନଶକ୍ତି ଗୃହ ଉଦ୍ ଘାଟନଟିତ।

0

କେନ୍ଦୁଝର  :  ଘଟଗାଁ ବ୍ଲକପୁରୁମୁଣ୍ଡା ପଞ୍ଚାୟତର ମିଶନଶକ୍ତି ଗୃହ ଉଦଘାଟିତ ହୋଇଛି। ବିଧାୟକ ବଦ୍ରିନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏବିଡିଓ ଚିତ୍ତରଞ୍ଜନ ନାୟକ, ଜିଲ୍ଲା ପରିଷଦ ସଭ୍ୟା ଯାଜ୍ଞସେନି ମହାନ୍ତ,ପୁରୁମୁଣ୍ଡା ସରପଞ୍ଚ ସନ୍ତୋଷିନୀ ନାୟକ,, ସମିତି ସଭ୍ୟ ସରସ୍ବତୀ ଦେହୁରୀ,କୃଷକ ନେତା ଶେଖର ମୋବିନ, ପୂର୍ତନ ସରପଞ୍ଚ ରବିନ୍ଦ୍ର କୁମାର ମୁଣ୍ଡା, ପ୍ରମୁଖ ଯୋଗଦେଇଥିଲେ ଏହି ଗୃହ ନିର୍ମାଣ ଦ୍ବାରା ଏମ୍ ଏଚ୍ ଜି କାର୍ଯ୍ୟକତ୍ତାମାନେ ସିଧାସଳଖ ଉପକୃତ ହେବେ। ଏଠାରେ ବିଭିନ୍ନ ତାଲିମ ଏବଂ ସଭା ଆୟୋଜନ ହୋଇପାରିବ ବୋଲି ମୁଖ୍ୟ ଅତିଥି ଶ୍ରୀ ପାତ୍ର କହିଥିଲେ।ମିଶନ ଶକ୍ତିର ସଭାପତି ସୁଜାତା ବାରିକ ଓ ସଂପାଦିକା ପ୍ରମିଳା ମହାନ୍ତିଙ୍କ ନେତୃତ୍ବରେ ପଞ୍ଚାୟତର ୧୦ଟି ମଞ୍ଚରେ ୧୦୦ଟି ଗୋଷ୍ଠୀ ଗଠନ କରାଯାଇଛି। କୃଷ୍ଣ କାନ୍ତ ସିଂହ , ହୃଦାନନ୍ଦ ନାୟକ, ପଦ୍ମନାଭ ମହାନ୍ତ, ମିତ୍ରଭାନୁ ଦଳେଇ, ସ୍ବାଧିନ ବେହେରା, ସରୋଜ ଚକ୍ରବର୍ତ୍ତୀ, ଡମ୍ବରୁଧର ମହାନ୍ତ,ଓଇନ୍ଦୁମତି ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ

Leave A Reply