କେନ୍ଦ୍ରାପଡା : କରୋନା ସଂକ୍ରମଣରୁ ଗର୍ଭବତୀ ମହିଳା ମାନଙ୍କୁ ସୁରକ୍ଷା ଦେବା ଓ ସଚେତନ କରାଇବା ପାଇଁ ସ୍ୱତନ୍ତ୍ର ଅଭିଯାନ କରାଯିବ । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ବେଦନ ଶୀଳ ଗର୍ଭବତୀ ମହିଳା ମାନେ ସଂକ୍ରମଣର ଅଧିକ ଶୀକାର ହେବା ଅଶଙ୍କା ଥିବାରୁ ଏଥିପାଇଁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ । ଅଙ୍ଗନବାଡି, ଆଶାକର୍ମୀ ପ୍ରମୁଖ ଗ୍ରାମାଂଚଳରେ ଥିବା ଗର୍ଭବତୀ ମହିଳାଙ୍କ ତାଲିକା ପ୍ରସ୍ତୁତ କରି ନିୟମିତ ବ୍ୟବଧାନରେ ସେମାନଙ୍କ ସହ ଯୋଗାଯୋଗ କରି ଆବଶ୍ୟକୀୟ ସଚେତନତା ପ୍ରଦାନ କରିବେ ।
ଏହା ସହ ଗର୍ଭବତୀଙ୍କ ଶାରିରୀକ ପରୀକ୍ଷା ନିୟମିତ ଭାବେ କରାଇବା ସହ ପ୍ରସବ ପାଇଁ ଡାକ୍ତରଖାନା ସହ ସଂପର୍କ ରଖିବେ ବୋଲି ନିଷ୍ପତି ନିଆଯାଇଛି । ଏହା ସହ ମାସ୍କ ପରିଧାନ କରିବା ସାମାଜିକ ଦୂରତା ବଜାୟ ରଖିବା ବାରମ୍ବାର ହାତ ଧୋଇବା ଆଦି ବିଷୟରେ ଅଧିକ ସଚେତନ ହେବାପାଇଁ ଗର୍ଭବତୀ ମାନଙ୍କୁ ଉପଯୁକ୍ତ ପରାମର୍ଶ ପ୍ରଦାନ କରିବେ । ଏହି ବୈଠକରେ ସିଡିଏମଓ ଡ଼ଃ ଅମିତା ପଟ୍ଟନାୟକ, ଏଡିଏମଓ କିଶୋର କୁମାର ଆଚାର୍ଯ୍ୟ, ଡ଼ଃ ସଚିତାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।