Odisha news

ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ଭାବେ ସରୋଜ ମହାନ୍ତି ମନୋନିତ

0

କେନ୍ଦ୍ରାପଡା : ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ଭାବେ କେନ୍ଦ୍ରାପଡା ଜିଲ୍ଲାରୁ ଦକ୍ଷ ସଂଗଠକ ଓ ଯୁବ ସାହିତି୍ୟକ ସରୋଜ କୁମାର ମହାନ୍ତିଙ୍କୁ ମନୋନିତ କରାଯାଇଛି । ଅଗାମୀ ୩ ବର୍ଷ ପାଇଁ ଶ୍ରୀ ମହାନ୍ତି ସାହିତ୍ୟ ଏକାଡେମୀର ସଦସ୍ୟ ଭାବେ କାମ କରିବେ । ଓଡିଶା ସାହିତ୍ୟ ଏକାଡେମୀ ସମ୍ବିଧାନର ଧାରା ୨ ଅନୁଯାୟୀ ରାଜ୍ୟ ସରକାର ଓଡିଆ ଭାଷା ସାହିତ୍ୟ ଓ ସଂସ୍କୁୃତି ବିଭାଗ ଅନ୍ତର୍ଗତ ଏକାଡଏମୀର ସାଧାରଣ ପରିଷଦ ପୁନଃ ଗଠନ କରିଛନ୍ତି ।

ଏଥିରେ ସରୋଜ ମହାନ୍ତି ସ୍ଥାନ ପାଇ ଥିବାରୁ ଯୁବ ସାହିତି୍ୟକ , କବି, ସାହିତ୍ୟ ସଂଗଠନ ଓ ବୁଦ୍ଧିଜୀବି ମହଲରେ ଆନନ୍ଦ ପ୍ରକାଶ ପାଇଛି । ଓଡିଆା ସାହିତ୍ୟର ସାଂଗଠନିକ କାର୍ଯ୍ୟକ୍ରମରେ ବଳିଷ୍ଠ ଯୋଗଦାନ ଥିବାରୁ ବିଶିଷ୍ଟ ଗବେଷକ ଡ଼ଃ ସୁବାଷ ଚନ୍ଦ୍ର ମହାପାତ୍ର, ଗବେଷକ ନିରଞ୍ଜନ ମେକାପ, ଡ଼ଃ ପ୍ରଫୁଲ୍ଲ କୁମାର ସାମଲ,ଅଧ୍ୟାପକ ଭୁବନ ମୋହନ ଜେନା, ଆଇନଜୀବି ସାରଦା ପ୍ରସାଦ ଦାସ, ବଳରାମ ସାହୁ, ଅଧ୍ୟାପକ ବଳରାମ କର, ସମାଜସେବୀ ଗୈାତମ ସାହୁ ପ୍ରମୁଖ ଶ୍ରୀ ମହାନ୍ତିଙ୍କ ନୂତନ ନିଯୁକ୍ତିକୁ ସ୍ୱାଗତ କରିବା ସହ ଅଭିନନ୍ଦନ ଓ ଶୁଭେସôା ଜଣାଇଛନ୍ତି ।

Ad2
Leave A Reply