କେନ୍ଦ୍ରାପଡା : ମହାମାରୀ କରୋନା ପାଇଁ ରାଜ୍ୟ ସରକାରଙ୍କ ନିଦେ୍ର୍ଦଶ କ୍ରମେ ଦୋକାନ ବଜାର ବନ୍ଦ ରହିବାଠାରୁ ଆରମ୍ଭ କରି ଲୋକ ମାନେ ଘରେ ରହିବା ପାଇଁ ନିଦେ୍ର୍ଦଶ ରହିଛି । ମାତ୍ର ଏହି ନିଦେ୍ର୍ଦଶକୁ ବେଖାତିର କରି ଜିଲ୍ଲାରେ ଆର ଆଣ୍ଡ ବି ଏବଂ ଆର ଡି ବିଭାଗ ଶ୍ରମିକ ମାନଙ୍କୁ ନେଇ ନିର୍ଧୁମ ଖରାରେ କାର୍ଯ୍ୟ କରାଉଥିବାର ଅଭିଯୋଗ ହୋଇଛି । ପ୍ରକଲାଶ ଯୋଗ୍ୟ ଯେ, ଶ୍ରୀ ବଳଦେବଜୀୟୁଙ୍କ ରଥ ଦାଣ୍ଡ ର ସୈାନ୍ଦର୍ଯୀକରଣ କାର୍ଯ୍ୟ ପାଇଁ ପୂର୍ବରୁ ଆର ଆଣ୍ଡ ବି ବିଭାଗକୁ କାର୍ଯ୍ୟାଦେଶ ଥିଲେ ମଧ୍ୟ ଏହି କାର୍ଯ୍ୟ ଲକ ଡାଉନ ପାଇଁ ବନ୍ଦ ଥିଲା ।
ତେବେ ଲକ ଡାଉନ-୪ ଓ ୫ ସମୟରେ ଏହି କାର୍ଯ୍ୟ କରିବା ପାଇଁ ନିଦେ୍ର୍ଦଶ ପ୍ରକାଶ ପାଇବା ପରେ କାର୍ଯ୍ୟ ଆାରମ୍ଭ ହୋଇଛି । ମାତ୍ର ଓଡିଶାରେ ଜୁନ ମାସର ଶନିବାର ଓ ରବିବାର ସଟ ଡାଉନ ପାଇଁ ଜରୁରୀ କାର୍ଯ୍ୟକୁ ଛାଡି ଅନ୍ୟ ସମସ୍ତ କାର୍ଯ୍ୟ ବନ୍ଦ ଥିବା ସତ୍ୱେ ଆର ଆଣ୍ଡ ବି ବିଭାଗ ଏହି ସଟ ଡାଉନ ଦୁଇ ଦିନ ଧରି ରଥ ଦାଣ୍ଡର ସୈାନ୍ଦର୍ଯୀକରଣ କାର୍ଯ୍ୟ ତଥା ବିଦୁ୍ୟତ୍ ଖୁଣ୍ଟ ପୋତା ହେବା ପାଇଁ ଢଳାଇ ପକାଉଥିବାର ଲକ୍ଷ କରାଯାଇଛି । ସେହିପରି ଅର ଡି ବିଭାଗ ଆର ଡି ଛକ ଠାରୁ ରଥ ଦାଣ୍ଡ ପର୍ଯ୍ୟନ୍ତ ଥିବା ରାସ୍ତା କାମକୁ ଚାଲୁ ରଖି ଥିବାର ଅଭିଯୋଗ ହୋଇଛି ।