Odisha news

କଲିକତାରୁ ଫେରିବା ପରେ ସଂଗରୋଧରେ ରହିଲେ ଅଗ୍ନିଶମ ବିଭାଗର ୧୦ କର୍ମଚାରୀ

0

କେନ୍ଦ୍ରାପଡା :  କେନ୍ଦ୍ରାପଡା ଅଗ୍ନୀଶମ ବିଭାଗ ଅଧିକାରୀଙ୍କ ସମେତ ୧୦ ଜଣ କର୍ମଚାରୀ ସଂଗରୋଧ ଶିବିର ରେ ରହିଥିବା ଜଣା ପଡିଛି । କଲିକତାରେ ଉଦ୍ଧାର କାର୍ଯ୍ୟ କରିବା ପାଇଁ ଏଠାରୁ ଯାଇଥିବା କର୍ମଚାରୀ ମାନେ ଫେରିବା ପରେ କୋଭିଡ-୧୯ ନିୟମ ମୁତାବକ ସଂଗରୋଧରେ ରହିଥିବାର ସୂଚନା ମିଳିଛି । ସୂଚନା ମୁତାବକ ଅମ୍ଫାନ ବାତ୍ୟା ପ୍ରଭାବରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ପଶ୍ଚିମବଙ୍ଗର କଲିକତା ସହର ଓ ଆଖପାଖରେ ପୁନଃରୁଦ୍ଧାର କାର୍ଯ୍ୟରେ ସହଯୋଗ କରିବା ପାଇଁ ଓଡିଶାରୁ ୩୭୨ ଜଣ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ପଠା ଯାଇଥିଲା ।

ଏମାନଙ୍କ ମଧ୍ୟରେ ୫୦ ଜଣ ଅଧିକାରୀ ସ୍ତରୀୟ କର୍ମଚାରୀ ଥିବାବେଳେ ୩୨୨ ଜଣ ଆଗ୍ନିକ ରହିଥିଲେ । ସେମାନଙ୍କ ସହିତ କେନ୍ଦ୍ରାପଡାର ଅଗ୍ନିଶମ ଅଧିକାରୀଙ୍କ ସହିତ ୧୦ ଜଣ କର୍ମଚାରୀ ୪୫ ଟି ଗାଡିରେ ଓଡିଶାରୁ ଯାଇଥିଲେ । ମଇ ମାସ ୨୩ ତାରିଖରୁ ଜୁନ ୫ ତାରିଖ ପର୍ଯ୍ୟନ୍ତ ୩୦ ଟି ଟିମରେ ବିଭକ୍ତ ହୋଇ ସେଠାରେ ପ୍ରାୟ ୪୫ ଟି ପଂଚାୟତ ରେ ଉଦ୍ଧାର କାର୍ଯ୍ୟ କରିବା ପରେ ଫେରିଆସି କୋଭିଡ-୧୯ ନିୟମ ଅନୁଯାୟୀ ଭୁବନେଶ୍ୱର ର ବିଭିନ୍ନ ସଂଗରୋଧ ଶିବିରରେ ରହିଥିବାର ଜଣା ପଡିଛି ।

Nalco

Leave A Reply