Odisha news

କେନ୍ଦ୍ରାପଡା : ଫାଶୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା

0

କେନ୍ଦ୍ରାପଡା-୧୧/୦୭ କେନ୍ଦ୍ରାପଡା ସହରସ୍ଥ ଚାଟରାପାଟଣା ଗାଁରେ ଏକ କେବିନ୍ ଭିତରେ ବେକରେ ଫାଶୀ ଲଗାଇ ଜୈନିକ ଯୁବକ ଆତ୍ମହତ୍ୟା କରିଥିବା ଘଟଣା ଉକ୍ତ ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି । ଘଟଣାରୁ ପ୍ରକାଶ ଯେ, ଜଗସିଂହପୁର ଜିଲ୍ଲା ଭୁତୁମୁଣ୍ଡାଇ ଅଂଚଳର ରାଧେଶ୍ୟାମ ସ୍ୱାଇଁ (୪୫) ଚାଟରାପାଟଣା ସ୍ଥିତ ତାଙ୍କ ଭାଇ ଘରକୁ ବୁଲିବାକୁ ଆସିଥିଲେ ।

ଶନିବାର ରାଧେଶ୍ୟାମ ଲକ ପୋଲ ଉପରେ ଥିବା ଏକ କେବିନ ଭିତରେ ବେକରେ ଫାଶୀଦେଇ ଝୁଲୁଥିବାର ଦେଖି ସ୍ଥାନୀୟ ଲୋକମାନେ ଟାଉନ ଥାନାରେ ଖବର ଦେଇଥିଲେ । ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ଶବ ଜବତ କରି ବ୍ୟବଛେଦ କରିବା ସହ ଘଟଣାର ତଦନ୍ତ କରୁଥିବାର ଜଣାପଡିଛି ।

Nalco
Leave A Reply