କେନ୍ଦ୍ରାପଡା-୨୨/୦୭: ଜିଲ୍ଲା ସ୍ତରୀୟ ବିଭିନ୍ନ ଟୀକାକରଣ ସମ୍ବନ୍ଧୀୟ ପାଖିକ ବୈଠକ ଶୁକ୍ରବାର ଜିଲ୍ଲା ମୁଖ୍ୟ ଚିକିସôାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । । ଏହି ସମୀକ୍ଷା ବୈଠକକୁ ସିଡିଏମଓ ଡାକ୍ତର ଅନିତା ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ଜନ୍ମରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୂ ମାନଙ୍କୁ ସଂପୂର୍ଣ୍ଣ ଟୀକାକରଣ ଉପରେ ନିଆ ଯାଉଥିବା କାର୍ଯ୍ୟକ୍ରମର ସମୀକ୍ଷା କରାଯାଇ ଥିଲା । ଜନ୍ମ ହେବାବେଳେ ପୋଲିଓ, ହେପାଟାଇଟିସ ବି ଟୀକାକରଣର ଅଗ୍ରଗତି ଓ ପ୍ରତି ବୁଧବାର ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ନିୟମିତ ଟୀକାକରଣର ବ୍ଲକ ସ୍ତରର ସ୍ୱାସ୍ଥ୍ୟକେନ୍ଦ୍ର ରେ ଦିଆ ଯାଉଥିବା ଟୀକା ଉପରେ ମଧ୍ୟ ସମୀକ୍ଷା କରାଯାଇ ଥିଲା । ଏହି ବୈଠକରେ ଡାକ୍ତର ସଚ୍ଚିଦାନନ୍ଦ ମିଶ୍ର, ଡାକ୍ତର ମିର୍ଜା ବାବର ବେଗ, ଡାକ୍ତର ଶ୍ରୀକାନ୍ତ କୁମାର ସ୍ୱାଇଁଙ୍କ ସମେତ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ ଉପସ୍ଥିତ ଥିଲେ ।