କେନ୍ଦ୍ରାପଡା-୨୨/୦୭: କେନ୍ଦ୍ରାପଡାର ଶ୍ରୀ ଜଗ୍ନନାଥ ଚାରି ଟେବୁଲ ଟ୍ରଷ୍ଟ ପକ୍ଷରୁ ଦୃଷ୍ଟିବାଧିତ ମାନଙ୍କୁ ଧଳା ଆଶାବାଡି ପ୍ରଦାନ କରାଯାଇଥିବା ଜଣାପଡିଛି । କେତେକ ଦୃଷ୍ଟିବାଧିତ ବ୍ୟକ୍ତି ବାଡି ନଥିବାରୁ ସାଧାରଣ ବାଡିଧରି ଯାତାୟତ କରୁଥିବା ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଟ୍ରଷ୍ଟ ପକ୍ଷରୁ ଶୁକ୍ରବାର ଏହି ଦୃଷ୍ଟିବାଧିତ ମାନଙ୍କୁ ବାଡି ବଣ୍ଟନ କରାଯିବା ସହ ମାଗଣା ଭୋଜନର ବ୍ୟବସ୍ଥା କରାଯାଇ ଥିଲା । ଏହି ବାଡି ବଣ୍ଟନ ସମୟରେ ଟ୍ରଷ୍ଟର ସଭାପତି ଦମନ କୁମାର ମହାନ୍ତି, କେଦାର ସ୍ୱାଇଁ, ସନ୍ତୋଷ ମଲିକ, ଆଲୋକ ଚିନାରା ପ୍ରମୁଖ ଉପସ୍ଥିତ ଥିଲେ ।