କେନ୍ଦ୍ରାପଡା-୨୨/୦୭: କେନ୍ଦ୍ରାପଡା ଜିଲ୍ଲାରେ ବ୍ରାଉନ ସୁଗାର ବ୍ୟବସାୟୀଙ୍କ ଦୈାରାତ୍ମ୍ୟ ବଢିବାରେ ଲାଗିଛି । ମାସକ ଭିତରେ ବିଭିନ୍ନ ସ୍ଥାନରୁ ଦୁଇ ଦୁଇ ଥର ବ୍ରାଉନ ସୁଗାର ବେପାରୀ ଗିରଫ ହୋଇ ଜେଲ ଯାଇଥିବା ବେଳେ ଶୁକ୍ରବାର ସକାଳେ ଜିଲ୍ଲା ଅବକାରୀ ବିଭାଗ ପୈାରାଂଚଳ ଅନ୍ତର୍ଗତ ଇଛାପୁର ସ୍ଥିତ ମାଉସୀ ମା’ ମନ୍ଦିର ନିକଟରୁ ଆଉ ଜଣେ ବ୍ରାଉନ ସୁଗାର ବ୍ୟବସାୟୀଙ୍କୁ ଧରି ଜେଲ ପଠାଇଥିବା ଜଚ୍ଚାପଡିଛି । ଟାଉନ ଥାନା ଅନ୍ତର୍ଗତ କମାରଖଣ୍ଡି ଗ୍ରାମର ସୁଦର୍ଶନ ସାହୁ ମାଉସୀ ମା’ ମନ୍ଦିର ନିକଟରେ ଏକ ଛୋଟ ଦୋକାନରେ ବ୍ରାଉନ ସୁଗାର ବ୍ୟବସାୟ କରୁଥିବାର ଅଭିଯୋଗ ପାଇବା ପରେ ଅବକାରୀ ଅଧିକ୍ଷକଙ୍କ ନିଦେ୍ର୍ଦଶ କ୍ରମେ ଶୁକ୍ରବାର ସକାଳେ ଅବକାରୀ ସବ ଇନିସପେକ୍ଟର ଭକ୍ତ ବସôଳ ବର୍ମା ତାଙ୍କ ଦୋକାନରେ ଚଢାଉ କରିଥିଲେ । ଦୋକାନ ସାମନାରେ ଥିବା ଏକ ସ୍କୁଟି ଡିକିରୁ ଛୋଟ ଛୋଟ ପୁଡିଆ କରି ୧୭ ଗ୍ରାମ ବ୍ରାଉନ ସୁଗାର ରଖିଥିବା ଜବତ କରିଥିଲେ । କେସ୍ ନମ୍ବର ୫୫/୨୨-୨୩ରେ ମାମଲା ରୁଜୁକରି ସୁଦର୍ଶନଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛିି