କେନ୍ଦ୍ରାପଡା ମୁନ୍ସୀପାଲିଟି ର ଉପାଧକ୍ଷ ଭାବେ ବିଜେଡି କାଉନ୍ସିଲର ଆକବରୀ ଖାତୁନ ନିର୍ବାଚିତ ହୋଇଛନ୍ତି। ଆକବରୀ ଖାତୁନ କେନ୍ଦ୍ରାପଡା ମୁନ୍ସୀପାଲିଟି ର ୧୪ ନମ୍ବର ୱାର୍ଡ ରୁ କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ। ଉପାଧକ୍ଷ ପାଇଁ ପ୍ରତିଦ୍ବନ୍ଦିତା କରି ସେ ନିଜ ସପକ୍ଷରେ ୧୫ ଗୋଟି ଭୋଟ ସଂଗ୍ରହ କରିଥିଲେ। ତାଙ୍କ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ ରମେଶ ଚନ୍ଦ୍ର ଦାସ ୫ ଖଣ୍ଡ ଭୋଟ ପାଇଥିଲେ। ଉପାଧକ୍ଷ ଭାବେ ନିର୍ବାଚିତ ହେବା ପରେ ସେ ସମସ୍ତ ୨୧ ଗୋଟି ୱାର୍ଡ ର ରାସ୍ତା, ପାନୀୟ ଜଳ ଯୋଗାଣ, ଡ୍ରେନେଜ ଓ ଆଲୋକୀକରଣ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି।