Odisha news

ମୋ ସ୍କୁଲ ଅଭିଯାନରେ ବନ୍ଧୁମିଳନ ଓ ପ୍ରଧାନ ଶିକ୍ଷକଙ୍କ ବିଦାୟକାଳୀନ ସଭା

0

କେନ୍ଦ୍ରାପଡା,୧୫ା୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଞ୍ଚାୟତର ଭାଗବତପୁର ପାଟୁକୁରା ଉନ୍ନୀତ ପ୍ରକଳ୍ପ ଉ.ପ୍ରା. ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ କମିଟିର ସଭାପତିି ପ୍ରମୋଦ କୁମାର ସାହୁଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଶାନ୍ତିଲତା ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉକ୍ତ ସ୍କୁଲଟି ୧୨୦ ବର୍ଷରୁ ଅଧିକ ଦିନ ହୋଇଥିବାରୁ ପ୍ରାୟ ୧୦ ଜଣ ବ୍ୟକ୍ତି ଯାହାର ବୟସ ୮୦ବର୍ଷରୁ ଉଦ୍ଧ୍ୱର୍ ଏବଂ ସେମାନେ ସମସ୍ତେ ଏହି ସ୍କୁଲର ଛାତ୍ର ଥିବାରୁ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ବାରିକଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା କରାଯାଇଥିଲା ।

ମୋ ସ୍କୁଲ ଅଭିଯାନ ଜରିଆରେ ଏହି ସ୍କୁଲର ସମସ୍ତ ଛାତ୍ର କିଛି ଆର୍ଥିକ ସହଯୋଗ କଲେ ସରକାର ତାହାର ଦୁଇଗୁଣ ସହାୟତା ପ୍ରଦାନ କରିବେ ବୋଲି ତାଙ୍କ ଭାଷଣରେ ବକ୍ତା ମାନେ ମତ ପ୍ରତିପାଦିତ କରିଥିଲେ । ଏହି ବୈଠକରେ ସି.ଆର.ସି ଶ୍ରୀଧର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସମ୍ବର୍ଦ୍ଧିତ ହୋଇଥିବା ପୁରାତନ ଛାତ୍ରମାନେ ସର୍ବଶ୍ରୀ ନିରଞ୍ଜନ ସ୍ୱାଇଁ,ହରେକୃଷ୍ଣ ଦାସ,ମନିର ଉଦ୍ଦିନ ଖାଁ,ଗୋଲଖ ଚନ୍ଦ୍ର ଜେନା,ଶରତ ଚନ୍ଦ୍ର ସ୍ୱାଇଁ,ଗୁରୁଚରଣ ମହାପତ୍ର,ରମେଶ ଚନ୍ଦ୍ର ପତି,ରାମଚନ୍ଦ୍ର ବେହେରା ଏବଂ ଶ୍ରୀ ରାଜ କିଶୋର ସାହୁ ଦିର୍ଘ ସମୟର ସ୍କୁଲର ଚେୟାରମ୍ୟାନ ଓ ଗୟାଚାନ୍ଦ ସାହୁ ସ୍କୁଲ ଜମିର ଦାନକର୍ତ୍ତା ଓ ଶ୍ରୀ ବଂଶୀଧର ସାମଲ ୯୯ ବର୍ଷ ବୟସର ଏହି ସ୍କୁଲ ଅବସର ପ୍ରାପ୍ତ ଶିକ୍ଷକ ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ସେହି ବିଦ୍ୟାଳୟର ପୁରାତନ ଛାତ୍ର ତଥା ସେହି ଅଞ୍ଚଳର ପୁରାତନ ଶିକ୍ଷକ ନିରଞ୍ଜନ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply