କେନ୍ଦ୍ରାପଡା, ୧୧/୧-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଂଚାୟତର ବାଲିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୬୦ବର୍ଷ ପୂର୍ତ୍ତି ଅବସରରେ ହୀରକ ଜୟନ୍ତୀ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜୟନ୍ତୀ କମିଟି ସଭାପତି ଦାମୋଦର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତୃତୀୟ ପ୍ରସ୍ତୁତି ବୈଠକରେ କାର୍ଯ୍ୟକାରୀ ସଭାପତି ରାଜକିଶୋର ଜେନା ସଭାର କାର୍ଯ୍ୟ ଖସଡା ଅନୁଯାଇ ଆଲୋଚନା ଆରମ୍ଭ କରିଥିଲେ ।
ସମ୍ପାଦକ ମଦନମୋହନ ବେହେରା ପୂର୍ବ ସଭାର ବିବରଣୀ ପାଠ ସହ ଆୟବ୍ୟୟର ହିସାବ ପ୍ରଦାନ କରିଥିଲେ । ବୈଠକରେ ପ୍ରଥମକରି ଯୋଗଦେଇଥିବା କର୍ଣ୍ଣେଲ ଚକ୍ରଧର ସାହୁ, ରଘୁନାଥ ଦାସ, ଚିନ୍ମୟ ପ୍ରସାଦ ମହାନ୍ତି, ଅନ୍ନଦା ପ୍ରସାଦ ପରିଡା, ରବିନ୍ଦ୍ର ବାରିକ, ମୋ ସ୍କୁଲ ଅଭିଯାନର ସଭାପତି ରମେଶ ଚନ୍ଦ୍ର ପତି ପ୍ରମୁଖ ବହୁ ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମଳୟ ମଞ୍ଜରୀ ବେହେରା, ଶିକ୍ଷକ ପ୍ରତିନିଧି ବସନ୍ତ କୁମାର ପ୍ରଧାନ ବିଦ୍ୟାଳୟର ଶିକ୍ଷାଦାନ ସହ ହୀରକ ଜୟନ୍ତୀ ଉସôବ ପାଳନ ପାଇଁ କମିଟି ପକ୍ଷରୁ ନ୍ୟସ୍ତ ଦାୟୀତ୍ୱକୁ ସୂଚାରୁ ରୂପେ ତୁଲାଇବେ ବୋଲି ପ୍ରତିଶୃତି ଦେଇଥିଲେ । ବୈଠକରେ ୪୫ଜଣ ପୁରାତନ ଛାତ୍ରବନ୍ଧୁମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଗଜେନ୍ଦ୍ର ନାଥ ମହାନ୍ତି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।