Odisha news

କେନ୍ଦ୍ରାପଡା : ପଶ୍ଚିମବଙ୍ଗରୁ ଆସିଥିବା ଶ୍ରମିକଙ୍କୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତେଜନା

0

କେନ୍ଦ୍ରାପଡା : କେନ୍ଦ୍ରାପଡା ତହସିଲ ଅଧିନ ଶ୍ୟାମଗୁଡିଆ ଠାରେ ନିର୍ମାଣଧିନ ମାତୃ ଓ ଶିଶୁ ଚିକିତ୍ସ୍ୟାଳୟ ରେ କାମ କରିବାକୁ ଆସିଥିବା ପଶ୍ଚିମବଙ୍ଗର ଶ୍ରମିକ ମାନଙ୍କୁ ସ୍ଥାନୀୟ ଅଂଚଳର ଗ୍ରାମବାସୀ ମାନେ ତୀବ୍ର ବିରୋଧ କରିଛନ୍ତି । ଏହି ଶ୍ରମିକ ମାନେ ପ୍ରସ୍ତାବିତ ଚିକିତ୍ସ୍ୟାଳୟ ର ନିର୍ମାଣ କାର୍ଯ୍ୟ କରିବା ସହ ସେହିଠାରେ ରହୁଥିବା ଜଣାପଡିବା ପରେ ଗ୍ରାମବାସୀ ମାନେ ବିରୋଧ କରିଥିଲେ ।

ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରୁ ଆସିଥିବା ୩୮ଜଣ ଶ୍ରମିକଙ୍କୁ ସଂଗରୋଧ ଶିବିରରେ ରଖା ନଯାଇ ସିଧାସଳଖ ନିର୍ମାଣ ସ୍ଥଳକୁ ନିଆଯାଇ ଥିବାରୁ କରୋନା ସଂକ୍ରମଣ ଆଶଙ୍କା ସୃଷ୍ଟି ହୋଇଛି । ସେମାନଙ୍କ ଯୋଗୁଁ ସଂପୃକ୍ତ ଅଂଚଳରେ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇବା ନେଇ ଗ୍ରାମବାସୀ ମାନେ ପ୍ରତିବାଦ କରିବାରୁ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ବୁଝାସୁଝା କରିଥିଲେ ।

Leave A Reply