Odisha news

କେନ୍ଦ୍ରାପଡା : ନିର୍ବାଚନ ମଣ୍ଡଳୀର ସମସ୍ୟା ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ଅତନୁ

0

କେନ୍ଦ୍ରାପଡା : ପୂର୍ବତନ ମନ୍ତ୍ରୀ ତଥା ମହାକାଳପଡା ର ବିଧାୟକ ଅତନୁ ସବ୍ୟସାଚୀ ନାୟକ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ଓ କରୋନା କଟକଣାରେ ବାହାର ରାଜ୍ୟରୁ ଆସିଥିବା ଶ୍ରମିକ ମାନଙ୍କ ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ବିଚାର ବିମର୍ଶ କରିଥିବାର ଜଣା ପଡିଛି ।

ବନ୍ଦ ହୋଇ ରହିଥିବା ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକୁ ଆଗେଇ ନେବାପାଇଁ ଆଲୋଚନା କରିଥିଲେ । ମହାକାଳପଡା ନିର୍ବାଚନ ମଣ୍ଡଳୀରେ ଥିବା ବିଭିନ୍ନ ସଂଗରୋଧ ଶିବିର ର ସମସ୍ୟା ଓ ହଜାର ହଜାର ସଂଖ୍ୟାର ପ୍ରବାସୀ ଶ୍ରମିକଙ୍କୁ କର୍ମ ଯୋଗାଣ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଶ୍ରୀ ନାୟକ ଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇଥିଲେ ।

Leave A Reply

Your email address will not be published.