Odisha news

ହେରା ପଂଚମୀରେ ରଥ ବାଙ୍ଗିଲେ ମା ଲକ୍ଷ୍ମୀ

0

କେନ୍ଦ୍ରାପଡା :  କେନ୍ଦ୍ରାପଡାର ଆରାଧ୍ୟ ଦେବ ଶ୍ରୀ ବଳଦେବଜୀୟୁଙ୍କ ପୀଠରେ ହେରା ପଂଚମୀ ପର୍ବ ପାଳିତ ହୋଇ ଯାଇଛି । ଆଷାଢ ଶୁକ୍ଳ ପଂଚମୀ ତିଥି କୁ ହେରା ପଂଚମୀ ଭାବେ ପାଳନ କରା ଯାଇଥାଏ । ରଥଯାତ୍ରା ଅବସର ରେ ମା’ ଲକ୍ଷ୍ମୀଙ୍କୁ ସାଙ୍ଗରେ ନନେଇ ଶ୍ରୀ ବଳଭଦ୍ର, ଶ୍ରୀ ଜଗନ୍ନାଥ ଦୁଇ ଭାଇ ଓ ଭଉଣି ସୁଭଦ୍ରା ମାଉସୀ ଘରକୁ ଯାଇ ଥରବାରୁ ଅଭିମାନରେ ମା’ ଲକ୍ଷ୍ମୀ କ୍ରୋଧାନ୍ୱିତ ହୋଇ ମାଉସୀ ଘରକୁ ପାଇଚଦିନ ପରେ ଯାଇଥରଲେ ମଧ୍ୟ ଦ୍ୱାରପାଳ ମାନେ ପ୍ରବେଶ ଅନୁମତି ଦେଇ ନଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ଶ୍ରୀ ଜଗନ୍ନାଥଙ୍କ ରଥକୁ ଭାଙ୍ଗି ମହାଲକ୍ଷ୍ମୀ ଫେରି ଆସିଥିଲେ । ଏହି ପୈ÷ାରାଣିକ ଅଖ୍ୟାୟନକୁ ଆଖି ଆଗରେ ରଖି ଏହି ପରମ୍ପରା ଅନେକ ଅଗରୁ ଚଳି ଆସିଛି ।

କେନ୍ଦ୍ରାପଡା ର ଶ୍ରୀ ବଳଦେବଜୀୟୁଙ୍କ ପୀଠରେ ସଂନ୍ଧ୍ୟା ସମୟରେ ଏହା ପାଳନ କରା ଯାଇଥିଲା । ଚଳିତ ବର୍ଷ କରୋନା କଟକଣା ପାଇଁ ରଥଯାତ୍ରା ବନ୍ଦ ଥିବାରୁ ମନ୍ଦିର ଚଉବେଢା ମଧ୍ୟରେ ଏହାକୁ ସାଙ୍କେତିକ ରୂପରେ ପାଳନ କରାଯାଉଛି । ସ୍ନାନ ମଣ୍ଡପକୁ ରଥ ଓ ଜଗମୋହନକୁ ଗୁଣ୍ଡିଚା ମନ୍ଦିର ଭାବେ ବିବେଚନା କରାଯାଇ ପରମ୍ପରା ରକ୍ଷା କରାଯାଇଛି । ମା’ ଲକ୍ଷ୍ମୀଙ୍କ ବିଜେ ପ୍ରତିମା ସ୍ନାନ ମଣ୍ଡପ ପର୍ଯ୍ୟନ୍ତ ଆସି ପୂଜାପାଠ ପରେ ପୁନଃର୍ବାର ମା’ ଲକ୍ଷ୍ମୀଙ୍କୁ ମନ୍ଦିରରେ ବିଜେ କରାଯାଇ ଥିଲା । କେବଳ ପରମ୍ପରା ବିଧି ପାଳନ କରାଯାଇ ଥିଲେ ମଧ୍ୟ ରଥଯାତ୍ରା ବନ୍ଦ ଥିବଗାରୁ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ମନରେ ପୂର୍ବର ଅଗ୍ରହ, ଆନନ୍ଦ ଓ ଉସôାହ ଦେଖିବାକୁ ମିଳି ନଥିଲା । ହାତ ଗଣତି ସେବକ ମାନଙ୍କ ପକ୍ଷରୁ ଏହି ପରମ୍ପରାକୁ ରକ୍ଷା କରା ଯାଇଥିବା ଜଣା ପଡିଛି ।

Leave A Reply

Your email address will not be published.