କେନ୍ଦ୍ରାପଡ଼ା, ୯-/୧୨- ଡ଼ଃ ଆମ୍ବେଦକର ବିଚାର ମଞ୍ଚ ପକ୍ଷରୁ ସମ୍ବିଧାନର ପ୍ରଧାନ ସ୍ଥପତି ତଥା ଅନ୍ତର୍ଜାତୀକ ଖ୍ୟାତିସମ୍ପନ୍ନ ରାଷ୍ଟ୍ରନୀତିଜ୍ଞ ଡଃ. ବି ଆର ଆମ୍ବେଦକରଙ୍କ ୬୪ତମ ଶ୍ରାଦ୍ଧ ବାର୍ଷିକୀ ବିଚାର ମଂଚର ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପୁରୁଣା ବସଷ୍ଟାଣ୍ଡରେ ଥିବା ପୁଣ୍ୟାତ୍ମାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ମହାତ୍ମାଙ୍କ ଆତ୍ମର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ରାଜନୀତି ବିଜ୍ଞାନର ଅଧ୍ୟାପକ ସଭାପତି ଶ୍ରୀ ପରିଡା ବାବାସାହେବଙ୍କ ପ୍ରଣୀତ ଭାରତୀୟ ସମ୍ବିଧାନ ପ୍ରତି ସଂପ୍ରତି ବିପଦ ସୃଷ୍ଟି ହୋଇଥିବା ସମ୍ପର୍କରେ ସମ୍ୟକ ଆଲୋକପାତ କରିଥିଲେ ଓ ସମ୍ବିଧାନର ସୁରକ୍ଷା ପ୍ରତ୍ୟେକ ଭାରତୀୟଙ୍କ ପ୍ରଧାନ କର୍ତ୍ତବ୍ୟ ବୋଲି ମତପୋଷଣ କରିଥିଲେ ।
ବିଚାର ମଂଚର କାର୍ଯ୍ୟକାରୀ ସଭାପତି ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ବକ୍ତବ୍ୟରେ ଆମ୍ବେଦକରଙ୍କ ଉକ୍ତିକୁ ଉଦ୍ଧାରକରି କହିଥିଲେ ଯେ ସମ୍ବିଧାନ ଯେତେ ଭଲ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ କରିବା ଦାୟୀତ୍ୱ ଯଦି ଭଲ ଲୋକଙ୍କ ଉପରେ ନ୍ୟସ୍ତ ନହୁଏ ତାହା ଭଲ ଫଳ ଦେବ ନାହିଁ । ସେହିପରି ସମ୍ବିଧାନ ଭଲ ହୋଇନଥିଲେ ମଧ୍ୟ ଯଦି ଭଲ ଲୋକ ତାର କାର୍ଯ୍ୟକାରୀତାର ଦାୟୀତ୍ୱ ନିଅନ୍ତି ତେବେ ସେମାନେ ତାକୁ ଭଲ ସମ୍ବିଧାନରେ ରୂପାନ୍ତରିତ କରିପାରିବେ ।
ସୁତରାଂ ସେହି ଭଲ ଲୋକଙ୍କୁ ବାଛି ଦାୟୀତ୍ୱ ଅର୍ପଣ କରିବା ଆମ୍ଭମାନଙ୍କର ପବିତ୍ର ତିରୋଧାନ ଦିବସରେ ଧେୟ ହେଉ । ଏହି ଶ୍ରାଦ୍ଧ ସମାରୋହରେ ଅଧ୍ୟାପକ ଅଜୟ ସାମଲ, ସାହିତ୍ୟିକ ଡ଼ଃ. ବାସୁଦେବ ଦାସ, ଆଇନଜୀବୀ ଧ୍ରୁବଚରଣ ଜେନା, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ,ବିଚାର ମଂଚର ସାଧାରଣ ସମ୍ପାଦକ ମୁକ୍ତାର ଖାଁ,ପୂର୍ବତନ ବିଧାୟକ ଚିନ୍ମୟ ବେଉରା,ବରିଷ୍ଠ କଂଗ୍ରେସ ନେତା ଶରତ ବେଉରା, ପ୍ରଫୁଲ୍ଲ ଦାସ, ସୈାମେନ୍ଦ୍ର ପୃଷ୍ଟିି, କମଳାକାନ୍ତ ବେହେରା,ସରପଂଚ ପ୍ରଦୁ୍ୟମ୍ନ କୁମାର ଜେନା, ଆଶିଷ ମେକାପ, ଦେବବ୍ରତ ତ୍ରିପାଠୀ, ସର୍ବେଶ୍ୱର ସେଠୀ, ମୀର ମୁର୍ଶିଦ, ପ୍ରଭାତ କୁମାର ଉଡାନସିଂ ପ୍ରମୁଖ ଉପସ୍ଥିତ ଥିଲେ ।