କେନ୍ଦ୍ରାପଡା, ୧୦/୧୦(Rabindra Dash) : – ଜିଲ୍ଲାର ଡେରାବିଶି ବ୍ଲକ ଅନ୍ତର୍ଗତ ହାଟବାଣପୁର ଗ୍ରାମରେ ଜନ୍ମିତ ଧୁରିଣ ଶିକ୍ଷକ ତଥା ଦକ୍ଷ ଶିକ୍ଷା ବିଭାଗର ପ୍ରଶାସକ ରାସବିହାରୀ ମହାନ୍ତିଙ୍କର ଭୂବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲରେ ବିୟୋଗ ହୋଇଯାଇଛି । ସୂର୍ଗତ ମହାନ୍ତି ବାଲିଆ ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ,ବି.ବି.ମଡେଲ ଉଚ୍ଚ ବିଦ୍ୟାଳୟ,କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରିବା ସହ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟ ଓ ମାର୍ଶାଘାଇ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ଦାୟୀତ୍ୱ ନିର୍ବାହ କରିଥିଲେ ।
ପରବର୍ତ୍ତୀ ସମୟରେ ଭୂବନେଶ୍ୱର,କଟକ ଓ ପଟ୍ଟାମୁଣ୍ଡାଇ ଶିକ୍ଷା ଜିଲ୍ଲା ପରିଦର୍ଶକ ଭାବେ ଦକ୍ଷତାର ସହିତ କାର୍ଯ୍ୟକରି ଓଡିଶା ପ୍ରାଥମିକ ନିର୍ଦେଶାଳୟରେ ସହକାରୀ ନିର୍ଦେଶକ ଭାବେ କାର୍ଯ୍ୟକରି ୧୯୯୮ମସିହାରେ ଅବସର ନେଇଥିଲେ । ଚାକିରୀ ସମୟରେ ଶିକ୍ଷକମାନଙ୍କ ସମସ୍ୟା ସମାଧାନ ନିମନ୍ତେ ସକରାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିବାରୁ ଶିକ୍ଷକ ସମାଜରେ ଆଦରଣୀୟ ସ୍ଥାନ ଗ୍ରହଣ କରିପାରିଥିଲେ । ଅବସର ପରେ କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନର ମୁଖ୍ୟ ଉପଦେଷ୍ଟା ଓ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘର ସଭାପତି ଭାବେ କାର୍ଯ୍ୟ କରୁଥିଲେ ।
ସୂର୍ଗତ ମହାନ୍ତିଙ୍କ ବିୟୋଗରେ ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନ ପକ୍ଷରୁ ଉପଦେଷ୍ଟା ମନ୍ମଥ କୁମାର ରାୟ,ସଭାପତି ପ୍ରଫୁଲ୍ଲ କୁମାର ଜେନା,ସମ୍ପାଦକ ହେମନ୍ତ କୁମାର ଜେନା,ନରେନ୍ଦ୍ର କୁମାର ନାୟକ,ଶରତ କୁମାର ମହାନ୍ତି,ପୂର୍ଣ୍ଣାନନ୍ଦ ବିଶ୍ୱାଳ,ଗୋପିନାଥ ଦାଶ,ସୁବାଷ ଚନ୍ଦ୍ର ମହାପାତ୍ର,ଦାଶରଥି ନାୟକ,ନିରଞ୍ଜନ ପୋଥାଳ,ଗୋବିନ୍ଦ ଚନ୍ଦ୍ର ସେନାପତି,ଅନାମ ଚରଣ ସାହୁ,ନରୋତ୍ତମ ଜେନା,ସୋମନାଥ ପଢିହାରୀ,ବାନାମ୍ବର ସାହୁ,ନିରଞ୍ଜନ ସାମଲ,ଗଗନବିହାରୀ ମହାନ୍ତି,ପୁରାତନ ଛାତ୍ର ତଥା ସାମ୍ବାଦିକ ସାବୀର ଖାନ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି । ସୂର୍ଗତ ମହାନ୍ତିଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି ।