କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାଳପାଟଣା ଅଂଚଳରେ ଜଣେ ବିବାହିତା ମହିଳାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିବା ନେଇ ଆଳି ଥାନାରେ ଅଭିଯୋଗ ହୋଇଥିଲା । ଆଳି ଥାନା ଅଧିକାରୀ ୧୦୨/୨୦ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଧରୁନଥିବା ନେଇ ଏସପିଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ କେନ୍ଦ୍ରାପଡା ପୈାରାଂଚଳ ଅନ୍ତଗର୍ତ ମୀରପାଟଣା ଲକ ରୋଡ ଅଂଚଳରେ ରହୁଥିବା କୈଳାସ ଚନ୍ଦ୍ର ସେଠୀ ତାଙ୍କ ବଡ ଝିଅ କଲ୍ୟାଣୀ ସେଠୀଙ୍କୁ ୨୦୦୮ ମସିହାରେ ଆଳି ଅଂଚଳର ଶିକ୍ଷକ ଭୀମସେନ ସେଠୀଙ୍କୁ ବିବାହ କରିଥିଲେ । ବିବାହ ସମୟରେ ସମସ୍ତ ଜାନି ଯୋତୁକ ଦେଇଥିଲେ ।
ଗତ କିଛି ବର୍ଷ ପରେ ଅଧିକ ଯୋତୁକ ପାଇଁ ଭୀମସେନ ଯୈ÷ାତୁକ ନିର୍ଯ୍ୟାତନା ଦେଉ ଥିବାର ଅଭିଯୋଗ ହୋଇ ଆସୁଥିଲା । ଗତ ଜୁନ ୪ ତାରିଖରେ କଲ୍ୟାଣୀ ମୃତୁ୍ୟବରଣ କରିଥିବା ନେଇ ଝିଅର ବାପାଙ୍କୁ ଖବର ଦିଆ ଯାଇଥିଲା । ଶ୍ରୀ ସେଠୀ ଘଟଣାସ୍ଥଳରେ ପହଁଚି ତାଙ୍କ ଝିଅକୁ ମାରି ଦିଆ ଯାଇଥିବାର ଆଳି ଥାନାରେ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରୁ ନଥିବାରୁ ସେ ଏସପିଙ୍କୁ ଅଭିଯୋଗ କରିଥିଲେ ।