Odisha news

ଜାମ୍ମୁ-କାଶ୍ମରୀର ଡିଏସ୍‌ପି ଦେବେନ୍ଦର ସିଂହଙ୍କୁ ବେଲ୍ : ଆତଙ୍କବାଦୀ ଲିଙ୍କ୍ ନେଇ ଗିରଫ୍‌ ହୋଇଥିଲେ

0

ଶ୍ରୀନଗର: ଆତଙ୍କବାଦୀଙ୍କ ସହ ଲିଙ୍କ୍‌ ଥିବା ନେଇ ଗରିଫ ହୋଇଥିବା ଜାମ୍ମୁ-କାଶ୍ମରୀର ଡିଏସ୍‌ପି ଦେବେନ୍ଦର ସିଂହଙ୍କୁ ବେଲ୍‌ ମିଳିଛି। ଚଳିତ ବର୍ଷ ଶ୍ରୀନଗର-ଜାମ୍ମୁ ରାଜପଥରେ ଦୁଇଜଣ ହିଜବୁଲ-ମୁଜାହିଦ୍ଦିନ ଆତଙ୍କବାଦୀଙ୍କୁ ଏକ ଗାଡ଼ିରେ ନେଇ ଯାଉଥିବା ବେଳେ ତାଙ୍କୁ ଗିରଫ କରାଯାଇଥିଲା। ଦିଲ୍ଲୀ କୋର୍ଟରୁ ଆଜି ତାଙ୍କୁ ବେଲ୍‌ ମିଳିଥିବା ଦେବେନ୍ଦରଙ୍କ ଓକିଲ ସୂଚନା ଦେଇଛନ୍ତି। ତାଙ୍କ ସହିତ ଆଉ ଜଣେ ଅଭିଯୁକ୍ତ ଇରାନ ସାଫୀ ମୀରଙ୍କୁ ବି ବେଲ୍‌ ମିଳିଛି।

ଏହି ଦୁଇଙ୍କ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ରହିବା ନେଇ ଦିଲ୍ଲୀ ପୁଲିସ ଏକ ସ୍ୱତନ୍ତ୍ର ସେଲ୍‌ରେ କେସ୍ ହୋଇଥିଲା। ତାଙ୍କ ଓକିଲ ଏମ ଏସ ଖାନ କହିଛନ୍ତି ଯେ ଗିରଫ ହେବାର ୯୦ ଦିନ ମଧ୍ୟରେ ଯାଞ୍ଚ ଏଜେନ୍ସି ଚାର୍ଜସିଟ୍‌ ଦାଖଲ କରିବାରେ ବିଫଳ ହୋଇଛି। ତେଣୁ ଦିଲ୍ଲୀ କୋର୍ଟ ତାଙ୍କୁ ବେଲ୍ ଦେଇଛନ୍ତି। ତେବେ ଦୁଇଜଣ ଏକ ଲକ୍ଷ ଟଙ୍କା ଜମା କରିବା ବଦଳରେ ବେଲ୍ ଦିଆଯାଇଛି।

 

IEC 2 years
Leave A Reply