Odisha news

ଆନ୍ତଃ ବିଭାଗୀୟ କେନ୍ଦ୍ରୀୟ ଟିମଙ୍କ ଓଡିଶା ବନ୍ୟା ଅନୁଧ୍ୟାନ ପାଇଁ ଜିଲ୍ଲା ଗ୍ରସ୍ତ

0

କେନ୍ଦ୍ରାପଡା (Rabindra Dash) :ଆନ୍ତଃ ବିଭାଗୀୟ କେନ୍ଦ୍ରୀୟ ଟିମଙ୍କ ଓଡିଶା ବନ୍ୟା -୨୦୨୦ ଅନୁଧ୍ୟାନ ପାଇଁ କେନ୍ଦ୍ରାପଡା ଜିଲ୍ଲାକୁ ବୁଧବାର ଗସ୍ତ କରିଛନ୍ତି । ପୂର୍ବାହ୍ନରେ ଏହି ବିଭାଗୀୟ ଟିମ (ବି) କେନ୍ଦ୍ରାପଡା ଓ ପୁରୀ ଜିଲ୍ଲା ଗସ୍ତରେ ବାହାରି ସାଢେ ୧୧ଟାରେ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ଗସ୍ତ ଉପଲକ୍ଷେ ଜଂଟିଲୋ ଜଳସେଚନ ଡାକବଙ୍ଗଳାରେ ପହଁଚିଥିଲେ । ପାଟନାସ୍ଥିତ କୃଷି ନିଗମ ଏବଂ କୃଷକ ମଙ୍ଗଳ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ଦେଶକ ଡଃ.ବିଭେନ୍ଦ୍ର ସିଂହଙ୍କ ନେତୃତ୍ୱରେ ସଡକ ପରିବହନ ଓ ଜାତୀୟ ରାଜପଥର ନିର୍ବାହୀ ଯନ୍ତ୍ରୀ ଶାସ୍ୱତ ମହାପାତ୍ର କେନ୍ଦ୍ରାପଡାରେ ପହଁଚିବା ପରେ ଏହି ଜିଲ୍ଲାରେ ଗତ ଜୁଲାଇ ଓ ଅଗଷ୍ଟମାସରେ ହୋଇଥିବା ମାତ୍ରାଧିକ ବର୍ଷା ଏବଂ ତତଜନିତ ବନ୍ୟାରେ ହୋଇଥିବା କ୍ଷୟକ୍ଷତି ଅନୁଧ୍ୟାନ ଉପଲକ୍ଷେ ଜିଲ୍ଲାପାଳ ସମର୍ଥ ବର୍ମା କେନ୍ଦ୍ରୀୟ ଟିମଙ୍କୁ ଜିଲ୍ଲାର କ୍ଷୟକ୍ଷତି ସମ୍ପର୍କରେ ଅବଗତ କରାଇଥିଲେ ।

ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଟିମରେ ଉଦ୍ୟାନକୃଷି ନିର୍ଦେଶକ ରୋହିତ କୁମାର ଲେଙ୍କା,ମୁଖ୍ୟଯନ୍ତ୍ରୀ ବନ୍ୟା ନିୟନ୍ତ୍ରଣ ଓ ନଦୀଅବବାହିକା ପରିଚାଳକ ଇଂ ସୁଶାନ୍ତ କୁମାର ରଥ ଯୋଗଦେଇ ସହାୟତା କରିଥିଲେ । ମଧ୍ୟାହ୍ନରେ କେନ୍ଦ୍ରୀୟ ଅନୁଧ୍ୟାନକାରୀଟିମ ଡେରାବିଶି ବ୍ଲକର ବେଣୀପୁର ଠାରେ ହୋଇଥିବା ଘାଇ ପରିଦର୍ଶନ କରିଥିଲେ । ପରେ ପଟ୍ଟାମୁଣ୍ଡାଇ ବ୍ଲକର କୋଳଥିଆ,ପେଣ୍ଠପାଳ ପଂଚାୟତର ବାଲିକିରା ଗ୍ରାମ,ତରଡିପାଳ ପଂଚାୟତର ପୋଖରୀକୂଳ,ବାଲିଆ ହରିଜନ ସାହି,ଅଳପୁଆ ପଂଚାୟତର ମିଶ୍ରମାଗ ହରିଜନ ସାହିର ବନ୍ୟା କ୍ଷୟକ୍ଷତି ଅଂଚଳ ପରିଦର୍ଶନ କରିଥିଲେ । ଅପରାହ୍ନରେ ଆଳି ବ୍ଲକ ଗସ୍ତ କରି ଲୁଣାଘେରୀ ଅଂଚଳ ପରିଦର୍ଶନ କରିଥିଲେ ।

ଆଳି ଜଳସେଚନ ଡାକବଙ୍ଗଳାରେ ମଧ୍ୟାହ୍ନ ଭୋଜନ ପରେ ଡିମିରୀପାଳ, ଅରଗଳ, ଦେସାହି, ପାଳିମୀ, ଏରଡାଙ୍ଗ, ପିତାପଡା, ପାତ୍ରପୁର, ମଧୁସୁଦନପୁର ପ୍ରମୁଖ ଆଳି ବ୍ଲକର ବନ୍ୟା ପ୍ଲାବିତ ଅଂଚଳ ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରିଥିଲେ । ଅପରାହ୍ନରେ ରାଜକନିକା ଅଂଚଳର ଭାରିଗଦା ଓ କାନପୁର ବନ୍ୟାଚଂଳ ପରିଦର୍ଶନ କରି ସନ୍ଧ୍ୟାରେ ପୁରୀ ଜିଲ୍ଲା ଅଭିମୁଖେ ଯାତ୍ରାରମ୍ଭ କରିଥିଲେ ।

ଆନ୍ତଃ ବିଭାଗୀୟ କେନ୍ଦ୍ରୀୟ ଟିମଙ୍କ ଏହି ଗସ୍ତ ସମୟରେ ଆରକ୍ଷୀ ଅଧିକ୍ଷକ ନୀତି ଶେଖର, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନରହରୀ ସେଠୀ, ଡିଆରଡିଏ ପିଡି ଦିଲ୍ଲିପ କୁମାର ପରିଡା, ଡେପୁଟୀ କଲେକ୍ଟର ଜରୁରୀ ବିଭାଗ, ଜିଲ୍ଲା ମସô୍ୟ ଅଧିକାରୀ ମମତା ମହାପାତ୍ର, ନିର୍ବାହୀ ଯନ୍ତ୍ରୀ ମହାନଦୀ ଉତ୍ତରଖଣ୍ଡ, ଜଳସେଚନ ନିର୍ବାହୀ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଲୁଣା ଅବବାହୀକା ଖଣ୍ଡ,ଆଳି,ଜିଲ୍ଲା ମୁଖ୍ୟ ପଶୁଚିକିସôା ଅଧିକାରୀ, ଡେରାବିଶି, ପଟ୍ଟାମୁଣ୍ଡାଇ, ରାଜକନିକା ଓ ଆଳି ବ୍ଲକର ବିଡିଓ ଏବଂ ତହସିଲଦାରଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

 

 

Nalco
Leave A Reply