Odisha news

ସର୍ବସାଧାରଣ ଯାତାୟତ ସ୍ଥାନରେ ସ୍ଥାୟୀ ପକ୍କାଘର ନିର୍ମାଣକୁ ବିରୋଧ

0

କେନ୍ଦ୍ରାପଡା, ୧୧/୯( ରବୀନ୍ଦ୍ର ଦାଶ )- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଂଚାୟତର ପୁରୁଷୋତମପୁର ଗ୍ରାମର ଏକ ସର୍ବସାଧାରଣ ଯାତାୟତ ସ୍ଥାନରେ ସେହିଗ୍ରାମର ଭରତ ସାମଲଙ୍କ ପୁଅ ଲଛମନ ସାମଲ ଓ ତାଙ୍କ ୨ପୁଅ ଜୋର ଜବରଦସ୍ତ ଏକ ସ୍ଥାୟୀ ପକ୍କାଗୃହ ରାତାରାତି ନିର୍ମାଣ କରିଥିବା ଅଭିଯୋଗ ହୋଇଛି । ଏହାକୁ ବିରୋଧକରି ସେହି ଗ୍ରାମର କାହ୍ନୁ ସାମଲ ଓ ଅକ୍ଷୟ ସାମଲ ପ୍ରମୁଖ କେନ୍ଦ୍ରାପଡା ସବଡିଭିଜନାଲ ମ୍ୟାଜିଷ୍ଟ୍ରେଟଙ୍କ କୋର୍ଟରେ ଦ୍ୱାରସ୍ଥ ହୋଇଥିବା ବେଳେ ଓ ଏହା ସଂପୃକ୍ତ କୋର୍ଟଙ୍କ ବିଚାରାଧିନ ଥିବା ସମୟରେ ଏହାକୁ ଉଲ୍ଲଙ୍ଘନ କରି ଅପରପକ୍ଷ ନିର୍ମାଣ କାର୍ଯ୍ୟ ଜାରି ରଖିଥିବା ଗୁରୁବାର ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି ।

ଏଭଳି ବେଆଇନ ନିର୍ମାଣ ଦ୍ୱାରା ଗ୍ରାମର ଶତାଧିକ ଜନସାଧାରଣଙ୍କ ଦୈନିକ ଯାତାୟତରେ ଗୁରୁତ୍ତର ବାଧା ସୃଷ୍ଟି ହେବା ସହିତ ଜରୁରୀ ପରିସ୍ଥିତିରେ ଅଗ୍ନିଶମ ଗାଡି ଓ ଆମ୍ବୁଲାନ୍ସ ପ୍ରଭୃତି ମଧ୍ୟ ଗାଁ ଭିତରକୁ ଯାଇପାରୁନଥିବା ଅଭିଯୋଗ ହୋଇଛି । ତେଣୁ ସର୍ବସାଧାରଣଙ୍କ ସ୍ୱାର୍ଥ ବିରୋଧୀ ଏଭଳି ବେଆଇନ ନିର୍ମାଣକୁ ତୁରନ୍ତ ବନ୍ଦ କରାଯିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଅକ୍ଷୟ ସାମଲ, ମିନତୀ ସାମଲ, ଲକ୍ଷ୍ମଣ ସାମଲ, ମାନସ ସାମଲ, ରାଜଲକ୍ଷ୍ମୀ ସାମଲ, ହୃଷିକେଶ ସାମଲ, ତୁଳସୀ ସାମଲ, ବାବାଜୀ ସାମଲ, ରାମଚନ୍ଦ୍ର ସାମଲ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଦାବି କରିଛନ୍ତି ।

Leave A Reply