Odisha news

ଶ୍ରବଣ ଓ ବାକ ଶକ୍ତି ବାଧିତ କ୍ରୀଡାବିତ୍ ସୁକାନ୍ତ ଚୈାଧୁରୀଙ୍କ ପରଲୋକ

0

କେନ୍ଦ୍ରାପଡା ,୩୧/୮ (ରବୀନ୍ଦ୍ର ଦାଶ ) : ଶ୍ରବଣ ଓ ବାକ ଶକ୍ତି ବାଧିତ ରାଜ୍ୟ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଖ୍ୟାତନାମା ପାରା କ୍ରୀଡାବିତ ସୁକାନ୍ତ ଚୈାଧୁରୀଙ୍କ ମାଧପୁରସ୍ଥିତ ବାସଭବନରେ ପରଲୋକ ଘଟିଛି । ଜନ୍ମରୁ ଭିନ୍ନକ୍ଷମ ଥାଇ ନିଜର ଅଦମ୍ୟ ଇଛାଶକ୍ତି ବଳରେ ସେ ନିଜକୁ ଜଣେ ସଫଳ କ୍ରୀଡାବିତ ରୂପେ ପ୍ରମାଣିତ କରିପାରିଥିଲେ । ଉଭୟ ରାଜ୍ୟ ତଥା ଜାତୀୟ ସ୍ତରର ଆଥଲେଟ ପ୍ରତିଯୋଗୀତାରେ ନିଜର କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୈାରବ ଆଣିଦେଇଥିଲେ ସୂର୍ଗତ ସୁକାନ୍ତ ।

ଏଭଳି ଉଲ୍ଲେଖନୀୟ ଅବଦାନ ପାଇଁ ୧୯୮୧ ମସିହାରେ ଭାରତର ତତକାଳୀନ ରାଷ୍ଟ୍ରପତି ନୀଲମ ସଞ୍ଜୀବ ରେଡିଙ୍କ ଠାରୁ ରାଷ୍ଟ୍ରପତି ପଦକ ପ୍ରାପ୍ତ ହୋଇଥିଲେ । ଏହାଛଡା ୧୯୯୩ମସିହାରେ ରାଜ୍ୟପାଳଙ୍କ ଠାରୁ ଭାରତୀୟ ରେଡକ୍ରସ ପୁରସ୍କାର ଓ ଅନ୍ୟାନ୍ୟ ଅନେକ ସମ୍ମାନର ଅଧିକାରୀ ହୋଇପାରିଥିଲେ ସୁକାନ୍ତ । ପାରାଦୀପ ପୋର୍ଟ କାର୍ଯ୍ୟାଳୟର ସୁପରିନଟେଣ୍ଡେଟ ପଦରୁ ଅବସର ନେବା ପରେ ସେ ନିଜର ମାଧପୁରସ୍ଥିତ ବାସଭବନରେ ଅବସ୍ଥାନ କରୁଥିଲେ । ଅବସର ପରେ ପୁନର୍ବାସ ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଟା ଭାବେ ରହି ସେ ଭିନ୍ନକ୍ଷମମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ ରଖିଥିଲେ ।

Leave A Reply