Odisha news

କେନ୍ଦ୍ରାପଡା ପୈାର ପରିଷଦ ପକ୍ଷରୁ ସ୍ୱାୟତ ଶାସନ ଦିବସ ପାଳିତ

0

କେନ୍ଦ୍ରାପଡା , ୩୧/୮ (ରବୀନ୍ଦ୍ର ଦାଶ ) : କେନ୍ଦ୍ରାପଡା ପୈାର ପରିଷଦରେ ସ୍ୱାୟତ ଶାସନ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସୋମବାର ପୂର୍ବାହ୍ନ ୧୦ଟା ସମୟରେ ପୈାରସଂସ୍ଥା କାର୍ଯ୍ୟାଳୟ ପରିସରରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି କରୋନା ମହାମାରୀ ସଂକ୍ରମଣ ସମୟରେ ଲୋକମାନଙ୍କୁ ଅକୁଣ୍ଠିତ ସେବା ଯୋଗାଇଦେଇଥିବା କୋଭିଡ ଯୋଦ୍ଧାମାନଙ୍କ ଅତୁଳନୀୟ ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ବେହେରା କୋଭିଡ ଯୋଦ୍ଧା ତଥା ପୈାରସଂସ୍ଥା ସ୍ୱାସ୍ଥ୍ୟ ଅଧିକାରୀ ଡା.ବୀରେନ୍ଦ୍ର କୁମାର ଦାସ ଓ ସ୍ୱାସ୍ଥ୍ୟ ବିଭାଗର ଅନ୍ୟ କର୍ମଚାରୀମାନଙ୍କୁ ପୁଷ୍ପଗୁଛ,ଉତ୍ତରୀୟ ଏବଂ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ପୈାର ଟାଉନହଲ ପରିସରରେ କୋଭିଡ -୧୯ ନିୟମ ପାଳନ ପୂର୍ବକ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା ସଭାରେ ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, ଅଙ୍ଗନୱାଡିକର୍ମୀ, ଏ.ଏନ.ଏମ. ଓ ଆଶାକର୍ମୀମାନଙ୍କୁ ଉପଢୈାକନ, ମାନପତ୍ର ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ କୋଭିଡ ଯୋଦ୍ଧା ଭାବରେ ସମ୍ବର୍ଦ୍ଧିତ କରିଥିଲେ ।

ଏହି ଅବସରରେ ପୈାରନିର୍ବାହୀ ଅଧିକାରୀ ଶ୍ରୀ ବଳ କହିଥିଲେ ଯେ କରୋନା ମହାମାରୀ ସମୟରେ ନିଜ ଜୀବନକୁ ବିପନ୍ନକରି ଲୋକମାନଙ୍କୁ ନିଷ୍ଠାପର ସେବା ଯୋଗାଇଦେଇଥିବା ସ୍ୱାସ୍ଥ୍ୟ ବିଭାଗର ଡାକ୍ତର, କର୍ମଚାରୀ, ଏ.ଏନ.ଏମ. , ଅଙ୍ଗନୱାଡିକର୍ମୀ, ଆଶାକର୍ମୀ ଓ ସଫେଇ କର୍ମଚାରୀମାନଙ୍କୁ ଆଜିର ଦିବସରେ ସମ୍ବର୍ଦ୍ଧିତ କରାଯାଇ ସେମାନଙ୍କ ସେବାକାର୍ଯ୍ୟକୁ ପୈାରସଂସ୍ଥା ସମ୍ମାନ ଜଣାଉଛି । ଏହାପରେ ପୈାରସଂସ୍ଥାର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ରବିନାରାୟଣ ନାୟକ ଅତିଥି ଭାବେ ଯୋଗଦେଇ ସ୍ୱଛସାଥୀ ଓ ସ୍ୱଛସାଥୀ ସୁପରଭାଇଜରମାନଙ୍କୁ ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଛ ପ୍ରଦାନ କରି କୋଭିଡ ଯୋଦ୍ଧା ସମ୍ମାନରେ ସମ୍ମାନିତ କରିଥିଲେ । ଏହି ଅବସରରେ ଛତାସ୍ଥିତ କୋଭିଡ ହସପିଟାଲ ଓ ପୈାରସଂସ୍ଥା ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଗୃହ ସଙ୍ଗରୋଧରେ ରହୁଥିବା କରୋନା ସଂକ୍ରମିତମାନଙ୍କୁ ପୈାରସଂସ୍ଥା ପକ୍ଷରୁ ବିସ୍କୁଟ ଓ ଫଳ ପୁଡିଆ ପ୍ରଦାନ କରାଯାଇଥିଲା ।

ସ୍ୱାୟତ ଶାସନ ଦିବସ ପାଳନ ଅବସରରେ ଭୂବନେଶ୍ୱରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓକନ‘ରେନ୍ସ ମାଧ୍ୟମରେ କେନ୍ଦ୍ରାପଡା ପୈାରସଂସ୍ଥା ପକ୍ଷରୁ ନୂତନ ଭାବେ ପ୍ରତିଷ୍ଠା କରାଯାଇଥିବା ତଥା ରାଜ୍ୟର ପ୍ରଥମ “ଜୈବ ବିଘଟନ ଖତ କେନ୍ଦ୍ର”ଏବଂ ମ୍ୟାଟେରିଆଲ ରିକଭରୀ ଫ୍ୟାସିଲିଟି କେନ୍ଦ୍ରକୁ ଲୋକାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ଭିଡିଓ କନଫରେନ୍ସିଂ ଗୃହରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା,ପୈାରନିର୍ବାହୀ ଅଧିକାରୀ ଶ୍ରୀ ବଳଙ୍କ ସମେତ ପୈାରସଂସ୍ଥାର ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ଏହିସବୁ କାର୍ଯ୍ୟକ୍ରମ ଗୁଡିକ ପରିଚାଳନାରେ ପୈାରସଂସ୍ଥାର ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲ୍ଲିପ କୁମାର ସେଠୀ, ରବିନାରାୟଣ ନାୟକ, ଅବନୀ ମହାନ୍ତି, ପ୍ରଶାନ୍ତ ଦାସ, କର୍ମଚାରୀ ପ୍ରଭାକର ପାଲଟା, ଭୂବନମୋହନ କାନୁନଗୋ, ଗଣେଶ ଚନ୍ଦ୍ର ପାତ୍ର, ଅଶୋକ କୁମାର ସାହୁ, ମନୋରଞ୍ଜନ ଦାସ, ସଞ୍ଜୀବ ମହାନ୍ତି, କ୍ଷୀରୋଦ ପାତ୍ର,ମାନସରଞ୍ଜନ ମହାନ୍ତି, ସୁଚିସ୍ମୀତା ଜେନା, ତପସ୍ୱିନୀ ଦାସ, କ୍ରୀଷ୍ଣା ମହାପାତ୍ର, ମାମିନୀ ପଣ୍ଡା, ଦିପ୍ତିମୟୀ ସେନାପତି, ମିଲ୍ଲୀ ବେହେରା, ବଂଶୀଧର ମହାନ୍ତି, ରଞ୍ଜିତ ସିଂ,ପ୍ରଶାନ୍ତ ନାୟକ, ଅଚୁ୍ୟତ ପ୍ରସାଦ ଜେନା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply