Odisha news

ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ପାଇଁ ସର୍ବଭାରତୀୟ ମହିଳା ସଂଗଠନମାନଙ୍କର ଦାବି ଦିବସ ପାଳିତ

0

କେନ୍ଦ୍ରାପଡା (ରବୀନ୍ଦ୍ର ଦାଶ ): ମହିଳାମାନଙ୍କ ଉପରେ ହେଉଥିବା ସମସ୍ତ ପ୍ରକାର ଅତ୍ୟାଚାର ବନ୍ଦ କରିବା  ଏବଂ ଦୋଷୀମାନଙ୍କ ବିରୁଦ୍ଧରେ ଦୃଷ୍ଟାମନ୍ତମୂଳକ ଶାସ୍ତିକୁ ସୁନିଶ୍ଚିତ କରିବା,ସମସ୍ତଙ୍କ ପାଇଁ ମାଗଣାରେ ଶିକ୍ଷା ଓ ଆଗ୍ରହ୍ରୀ ମହିଳାମାନଙ୍କ ପାଇଁ ନିଯୁକ୍ତିର ଗ୍ୟାରେଂଟି ପ୍ରଦାନ,ସମସ୍ତ ଅଭାବୀ ମହିଳାଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା,ସଂଗଠିତ ଓ ଅସଂଗଠିତ କ୍ଷେତ୍ରରେ କର୍ମରତ ମହିଳାମାନଙ୍କର ନିଯୁକ୍ତିର ସୁରକ୍ଷା ପ୍ରଦାନ କରିବା,କୃଷି କ୍ଷେତ୍ରରେ କର୍ମରତ ମହିଳାଙ୍କୁ କୃଷକର ମର୍ଯ୍ୟାଦା ପ୍ରଦାନ, ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ପ୍ରଦାନ ପ୍ରମୁଖ ଦାବୀରେ  ସର୍ବଭାରତୀୟ ସ୍ତରରେ ୬ଟି ମହିଳା ସଂଗଠନ ମିଳିତ ଡାକରାରେ ଦାବି ଦିବସ ପାଳିତ ହୋଇଯାଇଛି ।

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବୀ ପତ୍ର ପ୍ରଦାନ ସମୟରେ  ପ୍ରତିନିଧି ମଣ୍ଡଳୀରେ ହୀରାମଣୀ ରାଉତ, ଏଲିନା ସାମନ୍ତରାୟ,ସୁଭାସିନୀ ଭଦ୍ର, ସୁସ୍ମିତା ବେହେରା, ନିରୂପମା ମହାନ୍ତି, କାନ୍ତିପ୍ରଭା ନାୟକ, ନନ୍ଦିନୀ ସ୍ୱାଇଁ, ଦୈ÷୍ରାପଦୀ ରାଉତ, ନିର୍ମଳା ସିଂ, ବିମଳା ମାହାଳି, ଜୟନ୍ତୀ ଜେନା, ସରୋଜିନୀ ପ୍ରଧାନ, ପ୍ରତିଜ୍ଞା ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply