କେନ୍ଦ୍ରାପଡା ( ରବୀନ୍ଦ୍ର ଦାଶ ): ବିଦୁ୍ୟତ କରେଂଟଲାଗି ବୁଧବାର ଜଣଙ୍କର ମୃତୁ୍ୟ ଘଟିଥିବା ସୂଚନା ମିଳିଛି । ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ବଡିହ ପଂଚାୟତର ପୋଟିଆ ଗ୍ରାମର ପୂର୍ଣ୍ଣଚନ୍ଦ୍ର ପ୍ରଧାନ(୪୬)ନାମକ ବ୍ୟକ୍ତି ଜଣଙ୍କ ନିଜ ଘରେ ଅପରାହ୍ନ ପ୍ରାୟ ୪ଟା ସମୟରେ ବିଦୁ୍ୟତ ଲାଇନ ସଜାଡୁଥିବା ବେଳେ ବିଦୁ୍ୟତ କରେଂଟ ଲାଗିଥିଲା । ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିସôାଳୟ ଓ ପରେ କଟକ ବଡ ଡାକ୍ତରଖାନାକୁ ନିଆଯାଉଥିବା ସମୟରେ ତାଙ୍କର ମୃତୁ୍ୟ ହୋଇଯାଇଥିବା ଜଣାପଡିଛି ।