କେନ୍ଦ୍ରାପଡା ( ରବୀନ୍ଦ୍ର ଦାଶ ) : କେନ୍ଦ୍ରାପଡା ଜିଲ୍ଲା ପ୍ରଭାଗୀୟ ଶ୍ରମ ସଂସ୍ଥାପକଙ୍କ କାର୍ଯ୍ୟାଳୟରେ ନୂତନ ପ୍ରଭାଗୀୟ ଶ୍ରମ ଅଧିକାରୀ(ଡି.ଏଲ.ସି.) ବା ଶ୍ରମ ଉପାୟୁକ୍ତ ଭାବେ ମହେଶ୍ୱର ନାୟକ ବୁଧବାର ଯୋଗଦେଇଛନ୍ତି । ରାଜ୍ୟର ବିଶିଷ୍ଟ ଶ୍ରମିକ ନେତା ତଥା ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଙ୍ଘର ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ କୁମାର ତ୍ରିପାଠୀ ନୂତନ ପ୍ରଭାଗୀୟ ଶ୍ରମ ଅଧିକାରୀ ଶ୍ରୀ ନାୟକଙ୍କୁ ପୁଷ୍ପଗୁଛ ଓ ଉତରୀୟ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ।
କେନ୍ଦ୍ରାପଡାରେ ଦୀର୍ଘଦିନ ଧରି ଜିଲ୍ଲା ଶ୍ରମ ଅଧିକାରୀ ଓ ସହକାରୀ ଶ୍ରମ ଅଧିକାରୀ ପଦ ଖାଲି ପଡିଥିବା ଯୋଗୁଁ ନିର୍ମାଣ ଶ୍ରମିକମାନଙ୍କ ବହୁ କଲ୍ୟାଣମୂଳକ କାର୍ଯ୍ୟ ନହୋଇ ପଡିରହିଛି । ଏନେଇ ନିର୍ମାଣ ଶ୍ରମିକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପୂର୍ବରୁ ଜଗତସିଂହପୁର ଜିଲ୍ଲାର ପ୍ରଭାଗୀୟ ଶ୍ରମ ଅଧିକାରୀ(ଡି.ଏଲ.ସି.) କେନ୍ଦ୍ରାପଡା ଜିଲ୍ଲା ପ୍ରଭାଗୀୟ ଶ୍ରମ ଅଧିକାରୀ(ଡି.ଏଲ.ସି.)ଙ୍କ ଅତିରିକ୍ତ ଦାୟୀତ୍ୱରେ ଥିଲେ ।