କେନ୍ଦ୍ରାପଡା ( ରବୀନ୍ଦ୍ର ଦାଶ ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁରସ୍ଥିତ ପାୟଲ ମୁ୍ୟଜିକ ସ୍କୁଲର ୧୮ତମ ପ୍ରତିଷ୍ଠା ଦିବସ ଅବସରରେ କୋଭିଡ-୧୯ ନୀତି ନିୟମ ପାଳନ ପୂର୍ବକ ପାୟଲ ମୁ୍ୟଜିକ ସ୍କୁଲ ପକ୍ଷରୁ ଏକ କରୋନା ଜନ ସଚେତନତା ଧର୍ମୀ ନାଟକ “ହାରିବ କରୋନା ଜିତିବା ଆମେ” ଅନୁଷ୍ଠିତ ହୋଇଯାଇଛି । ସାରା ବିଶ୍ୱକୁ କରୋନା କବଳିତ କରିନେଇଥିବା ସମୟରେ ଏହି ନାଟକ ମାଧ୍ୟମରେ କିଭଳି ଆମେ କରୋନା କବଳରୁ ରକ୍ଷା ପାଇବା ସେ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଇଥିଲା ।
କିଭଳି ଭାବରେ ସଚେତନ ହେଲେ ଆମେ କରୋନା ମହାମାରୀ ଠାରୁ ଦୂରେଇ ରହିପାରିବା ସେ ସମ୍ପର୍କରେ ପାୟଲ ମୁ୍ୟଜିକ ସ୍କୁଲର କଳାକାରମାନେ ସେମାନଙ୍କ ନିଖୁଣ ଅଭିନୟ ଦ୍ୱାରା ଉପସ୍ଥିତ ଦର୍ଶକମାନଙ୍କୁ ସଚେତନ କରାଇଥିଲେ । ପାୟଲ ମୁ୍ୟଜିକ ସ୍କୁଲର ପ୍ରତିଷ୍ଠାତା ସମ୍ପାଦକ ଦେବାଶିଷ ସାମଲଏହି ନାଟକର ରଚନା କରିବା ସହିତ ନିର୍ଦେଶନା ଦେଇଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଗାୟକ ସମ୍ରାଟ ଲକ୍ଷ୍ମୀଧର ରାଉତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଶେଷରେ ଅନୁଷ୍ଠାନର ସଭାପତି ନିଳମାଧବ ପତି ସମସ୍ତ ଦର୍ଶକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।