କେନ୍ଦ୍ରାପଡା (ରବୀନ୍ଦ୍ର ଦାଶ ) : କେନ୍ଦ୍ରାପଡା ବ୍ଲକ ଅଧିନ ସାନମାଣତିଆ ଗ୍ରାମ ପଂଚାୟତରେ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ଚୟନ ଓ ରାସନକାର୍ଡ ପ୍ରଦାନରେ ବ୍ୟାପକ ଦୁର୍ନିତି ହୋଇଥିବା ଅଭିଯୋଗ ହୋଇଛି । ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ଉଦେ୍ଦଶ୍ୟ ମୂଳକ ଭାବେ ରାଜନୈତିକ ପ୍ରଭାବରେ ନିୟମ କାନୁନକୁ ଅଣଦେଖା କରି ବିଭାଗୀୟ ଅଧିକାରୀ ଓ ସରପଂଚ ବେନିୟମ ଭାବେ ପ୍ରଦାନ କରିଥିବା ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରାଯାଇ ଏହାର ତଦନ୍ତ ଦାବି କରିବାକୁ ପଂଚାୟତ ଅଧିବାସୀ ମାନେ ଦାବି କରିଛନ୍ତି ।
ବିଭାଗୀୟ ଅଧିକାରୀ ଓ ସରପଂଚଙ୍କ ଏଭଳି ବେଆାଇନ କାର୍ଯ୍ୟରେ ବହୁ ଯୋଗ୍ୟ ବ୍ୟକ୍ତି ପ୍ରଧାନମନ୍ତ୍ରୀ ଆବାସ ଓ ରାସନ କାର୍ଡ ପାଇବାରୁ ବଂଚିତ ହୋଇଛନ୍ତି । ଏହାର ତାଲିକା ସହ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଅଭିଯୋଗ କୁ ଗୁରୁତର ସହ ଗ୍ରହଣ କରି ତଦନ୍ତ ନିଦେ୍ର୍ଦଶ ଦେଇଥିବା ଜଣାପଡିଛି । ଏହି ଦାବିପତ୍ର ପ୍ରଦାନ ସମୟରେ ଅକ୍ଷୟ କୁମାର ଥାଟୋଇ, ପୂର୍ବତନ ସରପଂଚ ରାମଚନ୍ଦ୍ର ବାରିକ ,ପ୍ରଦିପ କୁମାର ରାଉତ, ସତ୍ୟ ରଞ୍ଜନ ରାଉତ, ପ୍ରଶାନ୍ତ ସେଠୀଙ୍କ ପ୍ରମୁଖ ଉପସ୍ଥିତ ଥିଲେ ।