Odisha news

କେନ୍ଦ୍ରାପଡାରେ ବନ୍ଦ ସଫଳ,ଲୋକେ ହିନସ୍ତା

0

କେନ୍ଦ୍ରାପଡା – ବାର ଦଫା ଦାବିରେ ସମସ୍ତ ଟ୍ରେଡୟୁନିଅନର କେନ୍ଦ୍ର ଓ ରାଜ୍ୟ କର୍ମଚାରୀ ସଂଗଠନ, କୃଷକ ସଂଗଠନ, ଛାତ୍ର ଯୁବସଂଗଠନ, ସି ଆଇଟିୟୁ ,ଆଇ.ଏନ.ଟି.ୟୁ.ସି , ଏ.ଆଇ.ଟି.ୟୁ.ସି , କୃଷକ ସଭା, ଯୁବ ଫେଡେରେସନ, ଛାତ୍ର ଫେଡେରେସନ, ଆଶା, ପାଚିକା, ଅଙ୍ଗନୱାଡି ସଂଗଠନ, ନିର୍ମାଣ ଶ୍ରମିକ ସଂଙ୍ଘ, ବ୍ୟାଙ୍କ, ବୀମା ଓ ପୋଷ୍ଟାଲ ୟୁନିୟନ , ଭାରତୀୟ ଜାତୀୟ କଂଗ୍ରେସ, ସିପିଆଇ(ଏମ୍),ସିପିଆଇ ପକ୍ଷରୁ ମିଳିତ ଭାବେ କେନ୍ଦ୍ରାପଡାରେ ବନ୍ଦ ପାଳନ କରାଯାଇଥିଲା । ସକାଳ୬ ଘଟିକା ଠାରୁ ସତ୍ୟାଗ୍ରହୀମାନେ ସହରର ବିଭିନ୍ନ ରାସ୍ତାରେ ପିିକେଟିଙ୍ଗ ଆରମ୍ଭ କରିଦେଇଥିଲେ । ସକାଳ ୯ ଘଟିକା ସମୟରେ ସମସ୍ତ ସରକାରୀ ଅଫିସ, ଜିଲ୍ଲାପାଳ ଅଫିସ୍ , ସମସ୍ତ ବ୍ୟାଙ୍କ , ବୀମା, ପୋଷ୍ଟ ଅଫିସ ରେ ପିକେଟିଙ୍ଗ କରାଯାଇଥିଲା । କେନ୍ଦ୍ରାପଡା ସହର ସମେତ ସମସ୍ତ ଅଫିସ,ଦପ୍ତର, ସ୍କୁଲ, କଲେଜ ବନ୍ଦ ରହିଥିଲା । କାଁ ଭାଁ ଦୋକାନ ଖୋଲା ଥିବାର ଲକ୍ଷ କରା ଯାଇଥିଲା । କୋର୍ଟରେ ଓକିଲମାନେ କାମରେ ଯୋଗ ଦେଇନଥିଲେ । ବସ୍ ଯାତାୟତ ବନ୍ଦ ଥିବାରୁ ଲୋକ ମାନେ ନାହିଁ ନଥିବା ହଇରାଣ ହୋଇଥିଲେ ।ଦରଦାମ ନିୟନ୍ତ୍ରଣ, ମୋଦି ସରକାର ର ଜନ ବିରୋଧି ନୀତି, ନାଗରିକତା ଆଇନ, କ୍ରମର୍ବଧିଶ୍ନୁ ଆକ୍ରମଣ , ଶ୍ରମ ଆଇନର ସଂଶୋଧନ ନ କରିବା, ନିଯୁକ୍ତି , କଳକାରଖାନା ବନ୍ଦ ବିରୋଧରେ ଏହି ଆନେ୍ଦାଳନ ରେ ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, କଂଗ୍ରେସର ଜିଲ୍ଲା ସଭାପତି ଚିନ୍ନମୟ ପ୍ରସାଦ ବେଉରା, ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା .ସିପିଆଇ(ଏମ୍ )ଜିଲ୍ଲା ସଂପାଦକ , ଗୟାଧର ଧଳ,ସିପିଆଇ. ଜିଲ୍ଲା ସଂପାଦକ ରମଣୀରଞ୍ଜନ ରାଉତରାୟ, ଆଇ.ଏନ.ଟି.ୟୁ.ସି . ଜିଲ୍ଲା ସଭାପତି ମୁକ୍ତାର ଖାଁ ,ସିଆଇଟିୟୁ ର ଜିଲ୍ଲା ସଂପାଦକ ଜଗତଜୀବନ ଦାସ , ଏଆଇଟିୟୁସି ର ଜିଲ୍ଲା ସଭାପତି ବାବାଜି ଧଳ, ବରିଷ୍ଠ ବାମପନ୍ଥୀ ନେତା ଉମେଶ ଚନ୍ଦ୍ର ସିଂହ, ବାବାଜି ପରିଡା, ମାଧବ ଦାସ, ଧନେଶ୍ୱର ରାଉତ, ବରିଷ୍ଠ ଆଇ.ଏନ.ଟି.ୟୁ.ସି ନେତା କୃଷ୍ଣଚନ୍ଦ୍ର ରାଉତ, ଫକିର ଖଟୁଆ, ପ୍ରଫୁୁଲ୍ଲ କୁମାର ଦାସ, ବିଧୁୁ ଭୂଷଣ ମହାପାତ୍ର, ମହେନ୍ଦ୍ର ପରିଡା, ସୁବାଶିନି ଭଦ୍ର , ରତ୍ନଞ୍ଜୟ ମଳିକ, ଆଦିକନ୍ଦ ରାଉଳ, ପ୍ରକାଶ କୁମାର ପରିଡା, ସଂଜୟ ରାଉତ, ସୌମେନ୍ଦ୍ର ପୃଷ୍ଟି, ନୃସିହ ପରିଡା, ଅସିତ ମର୍ଦ୍ଧା , ରବି ମହାକୂଡ, ସୁହାନା ବେଗମ, ଜସ୍ମିନ୍ ବେଗମ, ଶରତ କୁମାର ବେହୁରା, ସ୍ନେହଲତା ଗାହଣ , ପ୍ରେମଲତା ସ୍ୱାଇଁ , ସୁଷମା ପଣ୍ଡା, ବିଭ୍ରାଂଶୁ ଶେଖର ଲେଙ୍କା, ପାର୍ବତୀ ବେହେରା, କ୍ରାନ୍ତିପ୍ରଭା ନାୟକ, ନନ୍ଦିନି ସ୍ୱାଇଁ, ଭଗବତୀ ନାୟକ, ରଂଜୁଲତା ବେହେରା, ଅଭୟ ଦାସ, ଅଶୋକ ନାଥ, ରମେଶ ମଲ୍ଲିକ, ନିରଂଜନ ଷଡଙ୍ଗୀ, ଭଜହରି ପ୍ରଧାନ, ଅକ୍ଷୟ ମଳିକ ପ୍ରମୁଖ ଆନେ୍ଦାଳନ ନେତୃତ୍ୱ ନେଇଥିଲେ । ଏକ ବିରାଟ ଶୋଭାଯାତ୍ରା ତିନିମୁହାଣିରୁ ବାହାରି ମୁଖ୍ୟ ବଜାର ପରିକ୍ରମା କଲା ପରେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଏକାଠି ହୋଇଥିଲେ ଓ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

Leave A Reply