ଯାଜପୁର- ବିଜେପି ସରକାରଙ୍କର ଅପରିଣାମଦର୍ଶୀ ଓ ଶ୍ରମିକ ମାରଣ ନୀତି ବିରୁଦ୍ଧରେ ଆଇ.ଏନ.ଟି.ୟୁ.ସି, ସି.ଟୁ, ଏ.ଆଇ.ଟି.ୟୁ.ସି, ଏସ୍.ୟୁ.ସି.ଆଇ ଓ ସି.ପି.ଆଇ, ସି.ପି.ଏମ୍. ପ୍ରଭୃତି ବାମପନ୍ଥୀ ଦଳ ଓ ଟ୍ରେଡ଼ ୟୁନିଅନଗୁଡ଼ିକର ଭାରତ ବନ୍ଦକୁ ଜାତୀୟ କଂଗ୍ରେସ ତରଫରୁ ପୂର୍ଣ୍ଣ ସମର୍ଥନ କରାଯାଇ ଏହାକୁ ସଫଳ କରିବାପାଇଁ ଆହ୍ୱାନ ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ଓଡ଼ିଶା ପିସିସି ସଭାପତିଙ୍କ ନିଦେ୍ର୍ଦଶକ୍ରମେ ଯାଜପୁର ଜିଲ୍ଲା କଂଗ୍ରେସ କମିଟି ତରଫରୁ ଆଜି ୧୨ ଘଣ୍ଟିଆ ଆନେ୍ଦାଳନ ଡାକରା ଦିଆଯାଇଥିଲା । ଯାଜପୁର ଜିଲ୍ଲାପାଳଙ୍କ ଅଫିସ ସମେତ ଜିଲ୍ଲା ଜଜ୍ ଓ ସମସ୍ତ କୋର୍ଟ କଚେରୀ, ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ, ବେସରକାରୀ ପ୍ରତିଷ୍ଠାନ, ଦୋକାନ ବଜାର, ଗାଡ଼ିମୋଟର, ବସ୍, ଟ୍ରେକର ସମସ୍ତ ବନ୍ଦ ଥିଲା । ଏହି ବନ୍ଦକୁ ଯାଜପୁର ବିଧାନସଭା କଂଗ୍ରେସ ପ୍ରାର୍ଥୀ ସନ୍ତୋଷ କୁମାର ନନ୍ଦ, ବରିଷ୍ଠ ନେତା ବଳଭଦ୍ର ଦାସ, ଦିଗମ୍ବର କର, ନାରାୟଣ ସାମନ୍ତ, ପୂର୍ବତନ ପୌରାଧ୍ୟକ୍ଷ ଆଲୋକ କୁମାର ବେହେରା, ବିଳାସ ରାଉତରାୟ, ହୃଷିକେଶ ପତି, ପିସିସି ସମ୍ପାଦକ ଭାସ୍କର ମହାନ୍ତି, ବିଭୂତି ଭୂଷଣ ମହାପାତ୍ର, ଦୁର୍ଯେ୍ୟାଧନ ବେହେରା, ଆଡ଼ଭୋକେଟ୍ ପ୍ରତିମା କର, ଅକ୍ଷୟ ଶତପଥି, ଆଡ଼ଭୋକେଟ୍ ଅବଦୁଲ ସଲିମ, ଆଡ଼ଭୋକେଟ୍ ରାଜୀବ ମହାପାତ୍ର, ନିତାଇ ଚାନ୍ଦ ମହାନ୍ତି, ଗୋବିନ୍ଦ ଚନ୍ଦ୍ର ସାହୁ, ଅଶୋକ କୁମାର ବିଶ୍ୱାଳ, ଗୋରାଚାନ୍ଦ ମହାନ୍ତି, ଦିଲ୍ଲୀପ କୁମାର ଦାସ, ଅଜୟ କୁମାର ଶତପଥି, ନିକୁଞ୍ଜ ସାମଲ, ସରପଞ୍ଚ ଗଣେଶ୍ୱର ସାମଲ, ନିରଞ୍ଜନ ପଣ୍ଡା, ଗଦାଧର ଦାସ, ବିଦ୍ୟାଧର ବାରିକ, ନୃସିଂହ ସାହୁ, ସଂଗ୍ରାମ ସାହାଣୀ, ମାନସ ପଣ୍ଡା, ସଂଗ୍ରାମ ଜେନା, ଅନିରୁଦ୍ଧ ରାଉତ, ବିଦ୍ୟାଧର ପାଣିଗ୍ରାହୀ, ସୁଜନ ରାଉତରାୟ, ଅନୀଲ ମହାନ୍ତି, ଜଗବନ୍ଧୁ ଜେନା, ଅରଜିତ ନାୟକ, ତୃପ୍ତିରଞ୍ଜନ ରାଉତ, ମାନସ ସ୍ୱାଇଁ, ରଘୁନାଥ ସାହୁ, ବିଜୟ ମହାପାତ୍ର, ଭରତ ସାମଲ, ଟୁବୁନା ମହାନ୍ତି, କଂଗ୍ରେସ ମିଡ଼ିଆ ସେଲର ଆଦିତ୍ୟ ମହାନ୍ତି, ରବିନ୍ଦ୍ର ରଣା ପ୍ରମୁଖ ଉପସ୍ଥିତ ରହି ସଫଳ କରାଇଥିଲେ । ଆଜିର ଭାରତ ବନ୍ଦକୁ ସ୍ୱତଃସ୍ଫୁର୍ତ୍ତ ଜନସମର୍ଥନ ମିଳିଥିବାରୁ କଂଗ୍ରେସ ଦଳ ତରଫରୁ ଯାଜପୁରର ସମସ୍ତ ଜନସାଧାରଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରାଯାଇଛି ।