Odisha news

ଦୀପିକାଙ୍କ ଫିଲ୍ମ ରିଲିଜ୍‌ ପୂର୍ବରୁ ବିବାଦ

0

ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଏବେ ଫିଲ୍ମ ‘ଛପାକ୍‌’ ପ୍ରମୋଶନକୁ ନେଇ ଚର୍ଚ୍ଚାରେ । ପ୍ରମୋଶନ ପାଇଁ ଦିଲ୍ଲୀରେ ଦୀପିକା ଦିଲ୍ଲୀରେ ପହଞ୍ଚି ଜେଏନୟୁ ହିଂସା ବିରୋଧରେ ବିକ୍ଷୋଭରେ ସାମିଲ ହୋଇଛନ୍ତି । ଏହାକୁ ତାଙ୍କ ଫିଲ୍ମ ପ୍ରମୋଶନ ସହ ଯୋଡ଼ାଯାଉଛି । ସେ ଦିଲ୍ଲୀ ଆସି ଯେଉଁ ଲୋକପ୍ରିୟତା ହାସଲ କରିଛନ୍ତି ତାହା ଫିଲ୍ମ ପ୍ରମୋଶନ ବୋଲି କୁହାଯାଉଛି । ଦୀପିକା ଜେଏନ୍‌ୟୁ ପହଞ୍ଚିବା ଉପରେ ବିଜେପି ନେତା ଚଞ୍ଜେଦ୍ରପାଲ୍‌ ବଗVା ିବୟକଟ୍ଟଛପାକ୍‌ ମୁଭମେଣ୍ଟ୍‌ ଆରମ୍ଭ କରିଦେଲେ । ଏହାର ଉତ୍ତର ଦେଇ ଫିଲ୍ମ ମେକର୍‌ ଅନୁରାଗ କଶ୍ୟପ ଆଉ ଏକ ମୁଭମେଣ୍ଟ ଆରମ୍ଭ କରି କହିଲେ ଯେଉଁମାନେ ହିଂସା ବିରୋଧୀ ସେମାନେ ବୁକ୍‌ମାଇଁଶୋ’କୁ ଯାଇ ‘ଛପାକ’ ଟିକେଟ୍‌ ବୁକ୍‌ କର । ଏହାପରେ ିଆଇସପୋର୍ଟଦୀପିକା ଚର୍ଚ୍ଚାରେ ରହିଲା । ୧୦ ତାରିଖରେ ରିଲିଜ୍‌ ହେବାକୁ ଥିବା ଛପାକର ସଫଳତା ପାଇଁ ଦୀପିକା ଏପର୍ଯ୍ୟନ୍ତ କୌଣସି ପ୍ରୋଟେଷ୍ଟ୍‌ ଉପରେ ପ୍ରତିକ୍ରିୟା ଦେଇନାହାନ୍ତି । ଆଗରୁ ଅନେକ ଥର ଦୀପିକା ଫିଲ୍ମ ରିଲିଜ୍‌ ପୂର୍ବରୁ ପବ୍ଲିଟି ଷ୍ଟଣ୍ଟ୍‌ର ସାମ୍ନା କରିଛନ୍ତି ।

Leave A Reply