Odisha news

ପେଟ ରୋଗ ଦୂର କରେ ଲାଉ ଜୁସ୍‌

0

ନିୟମିତ ଲାଉ ଜୁସ୍‌ ପିଇବା ସ୍ୱାସ୍ଥ୍ୟ ପାଇଁ ଉପକାରୀ । ଏହା ପେଟ ରୋଗ ଦୂର କରିବାରେ ରାମବାଣ ସଦୃଶ । ପେଟ ସହ ହୃଦ୍‌ରୋଗ ଆଶଙ୍କା ମଧ୍ୟ ଦୂର କରେ । ଏହା ଓଜନ କମାଇବାରେ ମଧ୍ୟ ସହାୟକ । ସକାଳୁ ଖାଲି ପେଟରେ ଲାଉ ଜୁସ୍‌ ପିଇବା ଉଚିତ । ଏହା ପିତା ହେବା ଉଚିତ ନୁହେଁ । କାରଣ ପିତା ହେବା ଦ୍ୱାରା ଗ୍ୟାସ୍‌ ସମସ୍ୟା ସୃଷ୍ଟି କରିଥାଏ । ଏଥିରେ ବଟା ଜିରା, କଳା ଲୁଣ, ପୋଦିନା ପତ୍ର ମିଶାଇ ଜୁସ୍‌ ତିଆରି କଲେ ଭଲ ଲାଗିଥାଏ । ଥଣ୍ଡାଦିନେ ଫ୍ରେସ୍‌ ଲାଉ ଜୁସ୍‌ ପିଅନ୍ତୁ । ଧ୍ୟାନ ଦିଅନ୍ତୁ ଲାଉ ନରମ ହେବା ଉଚିତ । ଲାଉ ଜୁସ୍‌ ଅଧିକ ଥଣ୍ଡା ହୋଇଥାଏ ସେଥିପାଇଁ ଅଧିକ ମାତ୍ରାରେ ପିଅନ୍ତୁ ନାହିଁ ।

Leave A Reply