Odisha news

ନୀଳଗିରିରେ ଭାରତ ବନ୍ଦ ସଫଳ : ସମସ୍ତ କାର୍ଯ୍ୟାଳୟ ଅଚଳ ସହ ଚକ ଅଖ ବନ୍ଦ

0

ନୀଳଗିରି- ଟ୍ରେଡ୍ ୟୁନିୟନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ନୀଳଗିରିରେ ଭାରତ ବନ୍ଦ ସମ୍ପୂର୍ଣ୍ଣ ଭାବେ ସଫଳ ହୋଇଛି । ଆଜି ସକାଳ ୬ଟା ଠାରୁ ସି.ପି.ଆଇ., ସି.ପି.ଆଇ (ଏମ୍.) ଓ କଂଗ୍ରେସ ଦଳର ନେତା ଓ କର୍ମୀମାନେ ମିଳିତ ଭାବେ ପିକେଟିଂ କରି ନୀଳଗିରିରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ, ବିଚାର ବିଭାଗ, ଦୋକାନ ବଜାର ସମ୍ପୂର୍ଣ୍ଣ ରୂପେ ବନ୍ଦ ରଖିଥିବା ବେଳେ ଚକଅଖ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ସକାଳ ୯.୩୦ମିନିଟ୍ ସମୟରେ ସମସ୍ତ ସରକାରୀ ଅଧିକାରୀଙ୍କ ସମେତ କର୍ମଚାରୀମାନେ ନିଜ ନିଜ କାର୍ଯ୍ୟାଳୟକୁ ପ୍ରବେଶ କରିବାକୁ ଯାଉଥିବା ବେଳେ ଆନେ୍ଦାଳନକାରୀମାନେ ଅଫିସ୍କୁ ପ୍ରବେଶ କରିବାକୁ ନଦେବାରୁ କିଛି ଅଧିକାରୀ ନିଜ ନିଜର ମୁଖ୍ୟ ଫାଟକ ଆଗରେ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଛି । ଏକ ପ୍ରକାର ନୀଳଗିରିରେ ଭାରତ ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଥିବାର ଦେଖିବାକୁ ମିଳିଛି । ଆନେ୍ଦାଳନକାରୀଙ୍କ ମଧ୍ୟରେ ସି.ପି.ଆଇ.ର କୈଳାସ ପଣ୍ଡା, ନିରଞ୍ଜନ ବାରିକ, କଂଗ୍ରେସର ପୂର୍ବତନ ବିଧାୟକ ଅକ୍ଷୟ କୁମାର ଆଚାର୍ଯ୍ୟ, ଚିତ୍ତରଂଜନ ଷଢ଼ଙ୍ଗୀ, ଯୋଶଦାନନ୍ଦନ ସିଂହ, ରଘୁନାଥ ସିଂହ, ଉପେନ୍ଦ୍ର ବେହେରା ସାମିଲ ଥିଲା ବେଳେ ସି.ପି.ଆଇ.(ଏମ୍)ର ବିଜୟ କୁମାର ପାତ୍ର, ଯୋଗାନନ୍ଦ ଦାସ, ଜ୍ୟୋର୍ତିମୟ ରାଉତ ପ୍ରମୁଖ ସାମିଲ ଥିଲେ ।

Leave A Reply