Odisha news

ଇରାନରେ ବିମାନ ଦୁର୍ଘଟଣା: ୧୭୦ମୃତ

0

ତେହେରାନ, ୮ା୧: ଇରାନରେ ୟୁକ୍ରେନର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ମୋଟ ୧୭୦ ଜଣ ଲୋକ ଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବିମାନରେ ଥିବା ସମସ୍ତ ୧୭୦ ଜଣ ଲୋକ ପ୍ରାଣ ହରାଇଥିବା ଇରାନର ସ୍ଥାନୀୟ ଗଣମାଧ୍ୟମ ଖବର ପ୍ରକାଶ କରିଛି ।ବିମାନଟି ଇରାନ୍‌ରେ ରାଜଧାନୀ ତେହରାନ୍‌ ସ୍ଥିତ ଇମାମ୍‌ ଖୁମୈନୀ ବିମାନବନ୍ଦର ନିକଟରୁ ଉଡ଼ାଣ ଭରିବାର କିଛି ସମୟ ପରେ ହିଁ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା । ତେଣୁ ଏହା ତଳକୁ ଖସି ପଡ଼ିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଦୁର୍ଘଟଣାଗ୍ରସ୍ତ ଏହି ବୋଇଂ ୭୩୭ ବିମାନଟି ୟୁକ୍ରେନ୍‌ ଇଣ୍ଟରନ୍ୟାସ୍ନାଲ୍‌ ଏୟାରଲାଇନ୍ସର । ଦୁର୍ଘଟଣା ବେଳେ ବିମାନଟି ୭୯୦୦
ଫୁଟ୍‌ ଉଚ୍ଚରେ ଉଡ଼ୁଥିଲା ।

Leave A Reply