ପାରାଦ୍ୱୀପ, ଭାରତ ବନ୍ଦ ର ପ୍ରଭାବ ବନ୍ଦର ନଗରୀ ପାରାଦ୍ୱୀପରେ ଦେଖିବାକୁ ମିଳିଛି । କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ ସ୍ୱାଧିନ ଫେଡେରେସନ ମିଳିତ ମଞ୍ଚର ଦେଶବ୍ୟାପି ଧର୍ମଘଟ ଚାଲିଥିବା ବେଳେ ବେକାରୀ, ବେରୋଜଗାରି,ଶ୍ରମ ଆଇନ୍, କେଅଡିଫିକେସନ, ଘରୋଇକରଣ ଆଦି ପ୍ରତିବାଦରେ ୧୨ଦଫା ଦାବିରେ ୨୪ଘଣ୍ଟିଆ ଧର୍ମଘଟ ଡାକରା ଦିଆଯାଇଥିବା ବେଳେ ପାରାଦ୍ୱୀପରେ ବିଭିନ୍ନ ସ୍ଥାନରେ ବନ୍ଦ କରାଯାଇଛି । ନିଜେ ଅଭୟ ସାହୁ ଓ ଅନ୍ୟ ଟ୍ରେଡ ୟୁନିୟନ ନେତାମାନେ ସ୍ଥାନୀୟ ଅଠରବାଙ୍କୀ, ତାରିଣୀଗଡା ଓ ବନ୍ଦର ୩,୪ ଗେଟ୍ରେ ଆଦି ବନ୍ଦ କରାଯାଇଛି । ଫଳରେ ସାଧାରଣ ଯାତାୟତ ଠପ ହୋଇଛି । ଏହା ସହ ସର୍ବନିମ୍ନ ବେତନ ବୃଦ୍ଧି ଓ ସାମାଜିକ ସୁରକ୍ଷା ଦାବିକୁ ନେଇ ଆନେ୍ଦାଳନ କାରୀମାନେ ନାରାବାଜି ଦେଇଥିବା ଦେଖିବାକୁ ମିଳିଛି ।