Odisha news

କୁକୁଡା, ଛେଳି, ମେଣ୍ଢା ଚାଷ ଉପରେ ଜିଲ୍ଲା ପଶୁ ସମ୍ପଦ ବିଭାଗର ଗୁରୁତ୍ୱ

0

କେନ୍ଦ୍ରାପଡା ( Rabindra Dash) : ପାରମ୍ପରିକ ଚାଷ ବ୍ୟତୀତ ଅଣପାରମ୍ପରିକ ଅଧିକ ଲାଭ ପ୍ରଦାନ କରୁଥିବା କୁକୁଡା, ଛେଳି, ମେଣ୍ଢା ଚାଷ କରିବା ଉପରେ ଜିଲ୍ଲା ପଶୁ ସଂପଦ ବିଭାଗ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି । ଜିଲ୍ଲାର ପ୍ରବାସୀ ଶ୍ରମିକ ଓ ସାଧାରଣ ବର୍ଗର ଲୋକମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବାବେଳେ ପଶୁ ସଂପଦ ବିଭାଗ ପକ୍ଷରୁ ଛେଳି, ମେଣ୍ଢା, କୁକୁଡା ଚାଷ କରାଯାଇ ଅଧିକ ଉପାର୍ଜନ କରାଯାଇପାରିବ ବୋଲି ସୂଚନା ଦିଆଯାଇଛି ।

କେନ୍ଦ୍ରାପଡା ଜିଲ୍ଲାରେ ୬୮ ବ୍ରଏଲର କୁକୁଡା, ୨୯ ଲେୟର (ଅଣ୍ଡାଦିଆ) କୁକୁଡା ଓ ୧୧୮ଟି ଛେଳି ମେଣ୍ଢା ଫାର୍ମ ପ୍ରତିଷ୍ଠା କରିବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ବିଭାଗ ପକ୍ଷରୁ ସର୍ଭେ ଆରମ୍ଭ କରାଯାଇଛି । କୁକୁଡା ଫାର୍ମ ପ୍ରତିଷ୍ଠା ପାଇଁ ଲାଗୁଥିବା ଅର୍ଥରାଶିର ୪୦ଭାଗ ସରକାରୀ ସହାୟତା ରହିଥିବାବେଳେ ଛେଳିମେଣ୍ଡା ପାଇଁ ୯୦ଭାଗ ସରକାରୀ ସହାୟତା ରହିଛି । ଜିଲ୍ଲା ପ୍ରାଣୀଧନ ଚିକିତ୍ସାଳୟ ପକ୍ଷରୁ ଆବଶ୍ୟକୀୟ ତଥ୍ୟ ଓ ଫାର୍ମ ପ୍ରତିଷ୍ଠା କରିବାର ସମସ୍ତ ସହଯୋଗ ଆଗ୍ରହୀ ହିତାଧିକାରୀମାନଙ୍କୁ ଯୋଗାଇ ଦିଆଯିବ ବୋଲି ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ ପ୍ରସନ୍ନ କୁମାର ପଟ୍ଟନାୟକ ଓ ଉପଖଣ୍ଡ ପ୍ରାଣୀଧନ ଅଧିକାରୀ ଆଶୀଷ କୁମାର ଶତପଥି ସୂଚନା ଦେଇଛନ୍ତି ।

Leave A Reply