Odisha news

ଅମରେଶ୍ୱର ପାଣି ପଂଚାୟତ ପକ୍ଷରୁ ପୂର୍ବତନ ସଭାପତିଙ୍କ ସ୍ମୃତିସଭା

0

କେନ୍ଦ୍ରାପଡା (Rabindra Dash) : କେନ୍ଦ୍ରାପଡା ପୈାରାଂଚଳ ଅଧିନ ଅମରେଶ୍ୱର ପାଣି ପଂଚାୟତ ପକ୍ଷରୁ ପୂର୍ବତନ ସଭାପତି ସ୍ୱର୍ଗତଃ ଗଣେଶ୍ୱର ପଣ୍ଡାଙ୍କ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ପୈାରାଧ୍ୟକ୍ଷ ଧୀରେନ୍ କୁମାର ସାହୁ ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ସ୍ୱର୍ଗତ ପଣ୍ଡାଙ୍କ ଅମାୟିକ ବ୍ୟବହାର, କର୍ମତତ୍ପରତା ଓ ପାଣି ପଂଚାୟତ ଗଠନରେ ପ୍ରମୁଖ ଭୂମିକା ଉପରେ ସ୍ମୃତିଚାରଣ କରିଥିଲେ ।

ପାଣି ପଂଚାୟତର ବରିଷ୍ଠ ସଦସ୍ୟ ବ୍ରହ୍ମାନନ୍ଦ ମେକାପଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାମାଜିକ ଦୂରତା ସହ ମାକ୍ସ ପରିଧାନ କରି କରୋନା କଟକଣା ପାଳନ କରାଯାଇ ସ୍ମୃତିଚାରଣ କରାଯାଇଥିଲା ।

ସ୍ୱର୍ଗତଃ ପଣ୍ଡା ଏକାଧାରରେ ସଂସ୍କୃତଜ୍ଞ, ଜ୍ୟୋତିଷ ଶାସ୍ତ୍ରବିତ୍ ଓ କର୍ମକାଣ୍ଡ ବିଦ୍ୱାନ ଭାବେ ଅତ୍ୟନ୍ତ ଲୋକପ୍ରିୟ ଥିଲେ । ପୂର୍ବତନ କାଉନ୍ସିଲର ପ୍ରକାଶ ଚନ୍ଦ୍ର ପରିଡା, ବଡପଣ୍ଡା ମାଧବ ଚନ୍ଦ୍ର ପତ୍ରି, ବସନ୍ତ କୁମାର ଦାସ, ରବି ନାରାୟଣ ପତି, ସୁଧାଂଶୁ ପଣ୍ଡା, ଗଣେଶ୍ୱର ସ୍ୱାଇଁ, ଟୁକୁନା ସେଠି, ନନ୍ଦ ପରିଡା, ଅଖିଳ ସ୍ୱାଇଁ, ରାଧାଶ୍ୟାମ ବିଶ୍ୱାଳ ପ୍ରମୁଖ ସ୍ମୃତି ବକ୍ତବ୍ୟ ରଖିଥିଲେ । ସଂପାଦକ ନିରାକାର ସ୍ୱାଇଁ ସଭା ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply