Odisha news

ଯାତ୍ରୀବାହୀ ଟ୍ରେନ ଚଳାଇବା ପାଇଁ ସି.ପି.ଏମ ଜିଲ୍ଲା କମିଟି ର ଦାବି

0

କେନ୍ଦ୍ରାପଡା( ରବୀନ୍ଦ୍ର ଦାଶ ) : ନବ ନିର୍ମିତ ହରିଦାସପୁର-ପାରାଦ୍ୱୀପ ରେଳପଥରେ ଯାତ୍ରୀବାହୀ ଟ୍ରେନ ଚଳାଇବା ପାଇଁ ସି.ପି.ଏମ ପକ୍ଷରୁ ଦାବି କରାଯାଇଛି । ଜିଲ୍ଲା ସଂପାଦକ ଗୟାଧର ଧଳଙ୍କ ନେତୃତ୍ୱରେ ଏକ ଦଳୀୟ ଟିମ୍ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ଙ୍କୁ ଭେଟି କେନ୍ଦ୍ର ରେଳବାଇ ମନ୍ତ୍ରୀ ପୀୟୁଷ୍ ଗୋୟେଲଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦଳୀୟ ନେତା ଉମେଶ ଚନ୍ଦ୍ର ସିଂହ, ଜଗତ ଜୀବନ ଦାସ, ମାଧବ ଦାସ ପ୍ରମୁଖ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ ।

Leave A Reply