Odisha news

ମୁଖ୍ୟମନ୍ତ୍ରୀଙ୍କ ଘରେ ପହଞ୍ଚିଥିଲା ପୁଲିସ ଓ ଫରେନସିକ୍ ଟିମ୍

0

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ୍‌)ର ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲ୍‌ଙ୍କୁ ମାଡ଼ ମରାଯିବା ଘଟଣା ଏବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ‌ାଟର କଣ୍ଟା ସାଜିଛି। ଅବକାରୀ ନୀତି ଦୁର୍ନୀତି ମାମଲାରେ କେଜ୍ରିୱାଲ ମାସେରୁ ଅଧିକ ଦିନ ଜେଲରେ ରହି ୨୧ଦିନ ପାଇଁ ବାହାରକୁ ଆସିଥିବା ବେଳେ ଏବେ ଏହି ନୂଆ ବିବାଦ ତାଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ସ୍ବାତୀ ଏତଲା ‌ଦେବା ପରେ ପୁଲିସ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚି ଯାଞ୍ଚ କରିଛି। ଏହି ସମୟରେ ଫରେନସିକ୍ ଟିମ୍ ମଧ୍ୟ ପୁଲିସ ସହ ଥିଲା ବୋଲି ଜଣାପଡ଼ିଛି।

ସ୍ବାତୀ ଦେଇଥିବା ଏତଲା‌ରେ ଲେଖିଛନ୍ତି ଯେ, “ମୋତେ ସୂଚନା ଦିଆଯାଇଥିଲା ଯେ କେଜ୍ରିୱାଲ ଘରେ ଅଛନ୍ତି। ତେଣୁ ମୁଁ ଭେଟିବାକୁ ଯାଇଥିଲି।  ମୋତେ ଡ୍ରଇଂ ରୁମରେ ଅପେକ୍ଷା କରିବାକୁ କୁହାଯାଇଥିବାରୁ ମୁଁ ସୋଫାରେ ଯାଇ ବସିଥିଲି। ହଠାତ୍ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହାୟକ(ପିଏ) ବିଭବ କୁମାର ଆସି ମୋତେ ଗାଳି କରିବା ଆରମ୍ଭ କରିଥିଲେ। ମୁଁ ବିରୋଧ କରିବାରୁ ମୋତେ ୭-୮ଥର ଚାପୁଡ଼ା ମାରିବା ସହ ମୋ ଛାତିକୁ ଓ ପେଟକୁ ଗୋଇଠା ମାରିଥିଲେ। ମୋର ମାସିକଧର୍ମ ଚାଲିଥିବାରୁ ପେଟରେ ବହୁତ ଯନ୍ତ୍ରଣା ହେଉଥିଲା। ଗୋଇଠା ମାରିବାକୁ ମନା କରିଥିଲେ ବି ସେ ଅଟକି ନଥିଲେ। ଏତେ ଦିନ ଧରି ଚିହ୍ନିଥିବା ଲୋକ ଏଭଳି ବ୍ୟବହାର କରିବେ ବୋଲି ମୁଁ କେବେ କି ଭାବିନଥିଲି।”

Leave A Reply