Odisha news

ବିକ୍କୀ କୌସଲ ଓ କାଟ୍ରିନା କୈଫ ଙ୍କୁ ମିଳିଛି ହତ୍ୟା ଧମକ, ପୋଲିସ କଲା ମାମଲା ଦର୍ଜ

0
ମୁମ୍ବାଇ : ବଲିଉଡ ଅଭିନେତା ବିକ୍କୀ କୌସଲ ଓ କାଟ୍ରିନା କୈଫ ଙ୍କୁ ସୋସିଆଲ ମିଡିଆରେ ହତ୍ୟା ଧମକ ମିଳିଛି l ଏହି ମାମଲାକୁ ନେଇ ବିକ୍କୀ ମୁମ୍ବାଇ ର ସନ୍ତାକୃଜ ପୋଲିସ ଷ୍ଟେସନ ରେ ଅଭିଯୋଗ ଦରଜ କରିଛନ୍ତି l ଏହାପରେ ପୋଲିସ ପକ୍ଷରୁ ଉକ୍ତ ଅଜ୍ଞାତ ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ଦରଜ କରି ଯାଞ୍ଚ ଆରମ୍ଭ କରିଛି l ସୋସିଆଲ ମିଡିଆରେ ଧମକ ଦେବା ଆରୋପ ଆଦିତ୍ୟ ରାଜପୁତ ନାମକ ଜଣେ ବ୍ୟକ୍ତିଙ୍କ ଉପରେ ଲାଗିଛି l ପୋଲିସ ପକ୍ଷରୁ ବିକ୍କୀ ଙ୍କ ଅଭିଯୋଗ ଆଧାରରେ ଯାଞ୍ଚ ଆରମ୍ଭ ହୋଇଛି l
ବିକି ଙ୍କ ଅଭିଯୋଗ ଆଧାରରେ ପୋଲିସ ସେକ୍ସନ ୫୦୬(୨), ୩୫୪(D) IPC r /w ସେକ୍ସନ ୬୭ ଆଇଟି ଆକ୍ଟ ଅନୁସାରେ ମାମଲା ଦର୍ଜ କରିଛି l ବିକି ଅଭିଯୋଗ କରିଛନ୍ତି ଯେ ଜଣେ ବ୍ୟକ୍ତି ତାଙ୍କୁ ଇନ୍ଷ୍ଟଗ୍ରାମ ଜରିଆରେ ଧମକ ପୁର୍ଣ ମେସେଜ କରିଛି l ସେ ଆହୁରି ମଧ୍ୟ କହିଛନ୍ତି ଯେ ଆରୋପି ଜଣଙ୍କ ତାଙ୍କ ପତ୍ନୀ କାଟ୍ରିନା ଙ୍କ ଉପରେ ନଜର ରଖି ତାଙ୍କୁ ମଧ୍ୟ ଧମକ ଦେଉଛି l
ବିକି ଓ କାଟ୍ରିନା ଗତବର୍ଷ ଡିସେମ୍ବର ୯ ତାରିଖ ଦିନ ବିବାହ କରିଥିଲେ l ନିକଟରେ ଉଭୟ କାଟ୍ରିନା ଙ୍କ ଜନ୍ମଦିନ ପାଳନ କରିବା ପାଇଁ ମାଳଦୀପ ଯାଇଥିଲେ l ୧୬ ଜୁଲାଇ ରେ କାଟ୍ରିନା ନିଜର ୩୬ ତମ ଜନ୍ମଦିନ ପାଳନ କରିଛନ୍ତି l
ଏହା ପୂର୍ବରୁ ସଲମାନ ଙ୍କୁ ମିଳିଥିଲା ଧମକ –
ଏହା ପ୍ରଥମଥର ହୋଇନାହିଁ ଯେ ଯେବେ କି କୌଣସି କଳାକାର ଙ୍କୁ ଜୀବନରେ ମାରିବା ପାଇଁ ଧମକ ମିଳିଛି l ଏହା ପୂର୍ବରୁ ଅଭିନେତା ସଲମାନ ଖାନ ଙ୍କୁ ହତ୍ୟା ଧମକ ମିଳିଥିଲା l ଏହି ମାମଲାକୁ ନେଇ ସଲମାନ ମଧ୍ୟ ଅଭିଯୋଗ କରି ସାରିଛନ୍ତି l ନିକଟରେ ସଲମାନ ମୁମ୍ବାଇ ପୋଲିସ କମିଶନର ଙ୍କୁ ସାକ୍ଷାତ କରି ଗନ୍ ପାଇଁ ପରମିସନ ମାଗିଛନ୍ତି l
Leave A Reply