Odisha news

ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

0

ଭଞ୍ଜନଗର—ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ସୋମବାର ଅନୁଷ୍ଠିତ ହୋଇଯାଇଛି । ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଉପସ୍ଥିତ ରହି ସର୍ବ ପ୍ରଥମେ ଭିନ୍ନକ୍ଷମମାନଙ୍କ ଅଭିଯୋଗ ଏବଂ ପରେ ସାଧାରଣ ଅଭିଯୋଗଗୁଡିକର ଶୁଣାଣି କରିଥିଲେ । ସମ୍ମୁଦାୟ 42ଟି ଅଭିଯୋଗ ପତ୍ର ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଗ୍ରହଣ କରିଥିଲେ ।

ଦିବ୍ୟାଙ୍ଗମାନଙ୍କ ନିକଟରୁ 5ଟି ଅଭିଯୋଗ ପତ୍ର ଆସିଥିଲା ବେଳେ 37ଟି ସାଧାରଣ ଅଭିଯୋଗ ପତ୍ର ଗ୍ରହଣ କରାଯାଇଛି । ଭଞ୍ଜନଗର ଉପଖଣ୍ଡ ମେଡିକାଲର ଡାକ୍ତର ବଦଳିକୁ ବିରୋଧ କରି ଭଞ୍ଜନଗର  ସାମ୍ବାଦିକ ସଂଘ ତରଫରୁ ଉପଜିଲ୍ଲାପାଳ ଶ୍ରୀ ରାୟଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ I

ଏହି ଅଭିଯୋଗ ଶୁଣାଣି ସମୟରେ ସହାୟକ ଜିଲ୍ଲାପାଳ  ଅଞ୍ଜଳି ମାଝି, ଏଷ୍ଟାବ୍ଳିଶମେଣ୍ଟ ଅଫିସର ଅନିଲ କୁମାର ପଣ୍ଡା, ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ,ଭଞ୍ଜନଗର ଜନସ୍ବସ୍ଥ ଅଧିକାରୀ ବିନୟ କୁମାର ସାହୁ, ସି.ଡି.ପି.ଓ ବିଷ୍ଣୁ ପ୍ରୀୟା ସେଠୀ, ଅତିରିକ୍ତ ଯୋଗଣ ଅଧିକାରୀ ଅସିତ ମହାନ୍ତି,  ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର ସମେତ ଉପଖଣ୍ଡର ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ । ଏହି ଅଭିଯୋଗ ଶୁଣାଣି ରେ  କର୍ମଚାରୀ ମାନେ ସହଯୋଗ କରିଥିଲେ।

Nalco
Leave A Reply