Odisha news

ଜମ୍ମୁକାଶ୍ମୀରରୁ ୧୦ ହଜାର ସୁରକ୍ଷା ବଳଙ୍କୁ ଯଥାଶୀଘ୍ର ଫେରାଇ ଆଣିବାପାଇଁ କେନ୍ଦ୍ର ସରକାରଙ୍କର ଆଦେଶ

0

ନୂଆଦିଲ୍ଲୀ : କେନ୍ଦ୍ରର ମୋଦି ସରକାର ଜମ୍ମୁକାଶ୍ମୀରରୁ ପାଖାପାଖି ୧୦ ହଜାର ଅର୍ଦ୍ଧ ସୈନିକ ଯବାନଙ୍କୁ ତୁରନ୍ତ ଫେରି ଆସିବା ପାଇଁ ଆଦେଶ ଦେଇଛନ୍ତି l ଅଧିକାରୀ ମାନେ କହିଛନ୍ତି ଯେ କେନ୍ଦ୍ରୀୟ ଗୃହମନ୍ତ୍ରଣାଳୟ ଜମ୍ମୁକାଶ୍ମୀରରୁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସର ମୁତୟନ ବିଷୟରେ ସମୀକ୍ଷା କଲା ,ଯାହାପରେ ଏହି ଫଇସଲା ନିଅ ଯାଇଛି l ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ CAPF ର ସମୁଦାୟ ୧୦୦ ଟି କମ୍ପାନୀକୁ ତୁରନ୍ତ ଫେରାଇ ଆଣିବା ପାଇଁ ଆଦେଶ ଦିଆଯାଇଛି ଓ ସେମାନଙ୍କୁ ଦେଶର ସେହି ସ୍ଥାନକୁ ଫେରିବାକୁ ଆଦେଶ ଦିଆଯାଇଛି ଯେଉଁଠି ଗତବର୍ଷ ଅନୁଛେଦ ୩୭୦ ସମାପ୍ତ ହେବ ପରେ ଜାମୁ କାଶ୍ମୀର ପାଠ ଯାଇଥିଲା l

ନିର୍ଦେଶ ଅନୁସାରେ କେନ୍ଦ୍ରୀୟ CRPF ର ପାଖାପାଖି ୪୦ କମ୍ପାନୀ ଓ CIF ,BSF ଓ SSB ଙ୍କର ୨୦ ଟି ଲେଖାଏଁ ଏହି ସପ୍ତାହ ମଧ୍ୟରେ ଜମ୍ମୁକାଶ୍ମୀରରୁ ଫେରାଇ ଅଣାଯିବ l CAPF ର ଗୋଟିଏ କମ୍ପାନୀରେ ପାଖାପାଖି ୧୦୦ ଯବାନ ରହିଥାନ୍ତି l ଗତବର୍ଷ ଅଗଷ୍ଟ ୫ରେ ମୋଦି ସରକାର ଜମ୍ମୁକାଶ୍ମୀରରୁ ଅନୁଛେଦ ୩୭୦ ହଟାଇବାର ଫଇସଲା ନେଇଥିଲେ l ତା ସହିତ ସରକାର ଜମ୍ମୁକାଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଂଚଳରେ ଭାଗ କରିଥିଲେ ,ଗୋଟିଏ ହେଲା ଜମ୍ମୁକାଶ୍ମୀର ଓ ଅନ୍ୟଟି ହେଲା ଲଦାଖ l

ଏହି ଫଇସଲାର ଠିକ ପୂର୍ବରୁ କେନ୍ଦ୍ର ସରକାର ଅଧିକ ପରିମାଣରେ ସୁରକ୍ଷା ବାଲାଙ୍କୁ ମୁତୟନ କରିଥିଲେ l ସମୟ ସମୟରେ ସମୀକ୍ଷା ପରେ ସୁରକ୍ଷା ବଳର ସଂଖ୍ୟା କେନ୍ଦ୍ର ଶାସିତ ପ୍ରଦେଶରେ କମ କରାଯାଉଛି l ଗୃହ ମନ୍ତ୍ରଣାଳୟ ଏହା ପୂର୍ବରୁ ମଇ ମାସରେ CAPF ର ପାଖାପାଖି ୧୦ ଟି କମ୍ପାନୀକୁ ଫେରାଇ ଆଣିଥିଲେ l

Leave A Reply